fbpx

AIIMS ଭୁବନେଶ୍ୱରରେ ୧୩୩ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି: ଦରମା ୬୭ ହଜାର, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୧୩୩ ଜଣ ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ । ଜୁଲାଇ ୩୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ୧୪ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟରେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ସିନିୟର ରେସିଡେଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମାସିକ ବେତନ ୬୭,୭୦୦ ଟଙ୍କା ରହିଛି । ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ଏମଡି / ଡିଏନବି / ଏମସ ପାସ୍ କରିଥିବେ । ଏଥିସହିତ ଫାଇନାଲ ଏମଏସ / ଏମଡି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୪୫ ବର୍ଷ ହୋଇଥିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଜେନେରାଲ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୫୦୦ ଟଙ୍କା ରହିଥିବା ବେଳେ ଏସସି / ଏସଟି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୧୨୦୦ ଟଙ୍କା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://docs.google.com/forms/d/e/1FAIpQLScycW9kDU_uXgJhI8atMdrIoDsZZfCZV_0OLuA72_AE9lWt0A/viewform?pli=1

 

Get real time updates directly on you device, subscribe now.