fbpx

ଭାରତରେ ସତରେ କ’ଣ ଭ୍ୟାକ୍ସିନ୍ କାମ କରୁଛି? ଲୋକଙ୍କ ଜୀବନ ଏହା କେତେମାତ୍ରାରେ ବଞ୍ଚାଇ ପାରୁଛି? ପ୍ରଥମ ଥର ପାଇଁ ସାମନାକୁ ଆସିଲା ଏମ୍ସ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଭ୍ୟାକ୍ସିନକୁ ନେଇ ଆଜି ସମଗ୍ର ବିଶ୍ୱରେ ରିସର୍ଚ୍ଚ ଚାଲିଛି । ଏହି ସମୟରେ ପ୍ରଥମ ଥର ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ରିପୋର୍ଟ ସାମନାକୁ ଆସିଛି । ଦ୍ୱିତୀୟ ଲହର ସମୟରେ ଭ୍ୟାକ୍ସିନ ଲଗାଇବା ସମୟରେ ସଂକ୍ରମଣର ପ୍ରଭାବରେ ବିଷୟରେ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା । ଗତ ଏପ୍ରିଲ-ମେରେ କରୋନା ସଂକ୍ରମିତ ହେବା ପରେ ଟିକା ନେଇଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ଭାଇରାସର ବହୁତ ଭାଇରାଲ୍ ଲୋଡ୍ ଥିଲେ ମଧ୍ୟ ଏହି ରୋଗରେ କେହି ମରି ନାହାନ୍ତି । ଅଧ୍ୟୟନରେ ସାମିଲ କରାଯାଇଥିବା ୬୩ ସଂକ୍ରମିତଙ୍କ ମଧ୍ୟରୁ ୩୬ ରୋଗୀଙ୍କୁ ଦୁଇଟି ଡୋଜ୍ ଓ ୨୭ ରୋଗୀଙ୍କୁ ଗୋଟିଏ ଡୋଜ୍ ଦିଆଯାଇଥିଲା । ଯେଉଁଥିରେ କି ୧୦ ଜଣ କୋଭିସିଲ୍ଡ ଓ ୫୩ ଜଣ କୋଭାକ୍ସିନ୍ ଟିକା ନେଇଥିଲେ । ରିପୋର୍ଟ ମୁତାବକ ଏହି ସମସ୍ତ ରୋଗୀଙ୍କ ଠାରେ ଆଣ୍ଟିବଡି ରହିଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଥିଲେ । ୫ରୁ ୭ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଟିକା ନେଇଥିବା ରୋଗୀଙ୍କ ଅବସ୍ଥା ସେତେ ମାରାତ୍ମକ ଜଣାପଡ଼ିନଥିଲା । ରୋଗୀଙ୍କ ମଧ୍ୟରେ ୪୧ ଜଣ ପୁରୁଷ ଓ ୨୨ ଜଣ ମହିଳା ଥିଲେ । ସେମାନଙ୍କର ବୟସ ୨୧ରୁ ୯୨ ମଧ୍ୟରେ ରହିଥିଲା । ସେମାନଙ୍କ ଠାରେ ପୂର୍ବରୁ କୌଣସି ରୋଗ ନଥିଲା । ଏହି ଲୋକଙ୍କ ଠାରେ ବି.୧.୬୧୭.୨ ଭାରିଏଣ୍ଟ ରହିଥିଲା । ତେଣୁ ଭ୍ୟାକ୍ସିନର ଦୁଇ ବା ଏକ ଡୋଜ୍ ନେଇଥିବା ରୋଗୀଙ୍କ ସମୀକ୍ଷା କରାଯାଇଥିଲା । ତେବେ ଏହି ଦୁଇ କ୍ଷେତ୍ରରେ ବିଶେଷ ଅନ୍ତର ଦେଖିବାକୁ ମିଳିନଥିଲା ।

Get real time updates directly on you device, subscribe now.