fbpx

(Video) ମୃତ୍ୟୁ ମୁହଁରୁ ବର୍ତ୍ତିଗଲେ ୩୨୫ ଯାତ୍ରୀ : ଉଡୁଥିବା ବିମାନରେ ଆସିଲା ଭୟଙ୍କର ଟର୍ବୁଲାନ୍ସ, ଛାତରେ ପିଟିହେଲେ ଯାତ୍ରୀ

Advertisement

ସ୍ପେନ୍‌ର ରାଜଧାନୀ ମେଡ୍ରିଡ୍‌ରୁ ଉଡ଼ାଣ ଭରିଥିବା ଏୟାର ୟୁରୋପା ବିମାନ ସୋମବାର ବ୍ରାଜିଲରେ ଜରୁରୀ ଅବତରଣ କରିଥିଲା। ଉରୁଗୁଏର ରାଜଧାନୀ ମୋଣ୍ଟେଭିଡିୟୋ ଯାଉଥିବା ସମୟରେ ବିମାନଟି ଟର୍ବୁଲାନ୍ସରେ ଫସିଥିଲା, ଯେଉଥିଲେ ପ୍ରାୟ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହା ପରେ ବିମାନଟି ବଦଳାଇ ବ୍ରାଜିଲର ନାଟାଲ ବିମାନବନ୍ଦରରେ ଅବତରଣ କଲା।

ବିମାନ ଭିତରୁ ଟର୍ବୁଲାନ୍ସର ଭୟଙ୍କର ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଟର୍ବୁଲାନ୍ସ ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୩୨୫ ଯାତ୍ରୀଙ୍କ ନିଃଶ୍ୱାସ ଏକପ୍ରକାର ବନ୍ଦ ହୋଇଯାଇଥିଲା । ଏହି ସମୟରେ ଜଣେ ଯାତ୍ରୀ ବିମାନ ଛାତରେ ଯାଇ ଅଟକି ଯାଇଥିଲେ ।

ସେ ନିଜ ସିଟ୍‌ରୁ ଛିଟିକି ଲଗେଜ୍‌ କମ୍ପାର୍ଟମେଣ୍ଟ ଭିତରେ ପଶିଯାଇଥିଲେ ।

ଏୟାର ଟର୍ବୁଲାନ୍ସ ଯୋଗୁ ବିମାନରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ଉଡ଼ାଣ ଭରିବା ପରେ ବିମାନରେ ହାଲୁକା ଟର୍ବୁଲାନ୍ସ ହେବା ସାଧାରଣ କଥା, କିନ୍ତୁ ଏଠି ଭୟଙ୍କର ଟର୍ବୁଲାନ୍ସର ଶିକାର ହୋଇଛି ଏୟାର ୟୁରୋପା ବିମାନ । ବହୁ ଉଚ୍ଚରେ ଉଡ଼ୁଥିବା ବେଳେ ଏୟାର ୟୁରୋପା ବୋଇଙ୍ଗ୍‌ ୭୮୭-୯ ଡ୍ରିମ୍‌ଲାଇନର୍‌ ବିମାନରେ ହଠାତ୍‌ ଟର୍ବୁଲାନ୍ସ ଆରମ୍ଭ ହୋଇଯାଇଥିଲା । ଏହାର ସ୍ପିଡ୍‌ ଏତେ ଅଧିକ ଥିଲା ଯେ ବିମାନକୁ ବ୍ରାଜିଲ୍‌ରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା ।

ସୋମବାର ଘଟିଥିବା ଏହି ଘଟଣାରେ ୩୦ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ଯାତ୍ରୀ ନିଜ ସିଟ୍‌ରୁ ଛିଟିକି ଉପରେ ତିଆରି ଲଗେଜ୍‌ କମ୍ପାର୍ଟମେଣ୍ଟ ଭିତରେ ପଶିଯାଇଥିଲେ । ଏଥିରୁ ଟର୍ବୁଲାନ୍ସର ଭୟାବହତା ଅନୁମାନ କରାଯାଇପାରିବ ।

ରିପୋର୍ଟ ମୁତାବକ, ସ୍ପେନ୍‌ର ମେଡ୍ରିଡ୍‌ରୁ ଉଡ଼ାଣ ଭରିଥିବା ଏୟାର ୟୁରୋପା ବିମାନ ଉରୁଗୁଏର ରାଜଧାନୀ ମୋଣ୍ଟେଭିଡିୟୋ ଯାଉଥିଲା । ହେଲେ ମଝି ଆକାଶରେ ଟର୍ବୁଲାନ୍ସ ଆରମ୍ଭ ହେବାରୁ ବିମାନକୁ ବ୍ରାଜିଲ୍‌ ଏୟାରପୋର୍ଟରେ ଲ୍ୟାଣ୍ଡ୍‌ କରାଇବାକୁ ପଡ଼ିଥିଲା । ସ୍ପାନିଶ୍‌ ଏୟାରଲାଇନ୍‌ ଅନୁସାରେ, ଟର୍ବୁଲାନ୍ସ ପରେ ବିମାନକୁ ବ୍ରାଜିଲ୍‌ର ନଟଲ ଏୟାରପୋର୍ଟ ଆଡ଼କୁ ଡାଇଭର୍ଟ କରି ଦିଆଯାଇଥିଲା । ବର୍ତ୍ତମାନ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇସାରିଛି ।

Get real time updates directly on you device, subscribe now.