ଉଡ଼ାଣ ପୁର୍ବରୁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନରୁ ବାହାରିଲା ଧୁଆଁ, ଉଡ଼ାଣ ବାତିଲ୍

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ମସ୍କଟରୁ କୋଚିନ୍ ଯାଉଥିବା ବିମାନରେ ଧୁଆଁ ଦେଖାଯିବା ପରେ ଏହାର ଉଡ଼ାଣ ବାତିଲ କରାଯାଇଛି। କୁହାଯାଉଛି ଯେ, ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ IX 442 ବିମାନ କୋଚିନ୍ ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଥିଲା। ଏହି ସମୟରେ ସେଥିରୁ ଧୁଆଁ ବାହାରିଥିଲା ଏବଂ ଉଡ଼ାଣକୁ ବାତିଲ କରିଦିଆଯାଇଥିଲା।

କୁହାଯାଉଛି ଯେ, ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନର ପଛରେ ଥିବା ବିମାନ ଧୁଆଁ ବାହାରୁଥିବା ବିଷୟରେ ସୂଚନା ଦେଇଥିଲେ। ଦୁର୍ଘଟଣା ସମୟରେ ବିମାନରେ ୧୪୭ ଜଣ ଯାତ୍ରୀ ଥିଲେ। ତେବେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ, ବିମାନରେ ୧୪୧ ଜଣ ଯାତ୍ରୀ ଏବଂ ୬ ଟି କ୍ରିୟୁ ସଦସ୍ୟ ଉପସ୍ଥିତ ଥିଲେ, ଯଦିଓ ସମସ୍ତେ ସୁରକ୍ଷିତ ଥିବାବେଳେ ଇଞ୍ଜିନିୟର ଦଳ ଏହି ଆଇନ ଅନୁସନ୍ଧାନ କରୁଛନ୍ତି। ଏହି ଘଟଣା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରୁଛି ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଚିନ୍ ନିଆଯାଇ ପାରିବ।

ଘଟଣାକୁ ନେଇ ଡିଜିସିଏର ବୟାନ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ମସ୍କଟ ବିମାନ ଟ୍ରାକ୍‌ରେ ଏୟାର୍ ଇଣ୍ଡିଆର ଏକ୍ସପ୍ରୋସ୍ କୋଚିନ୍‌କୁ ଉଡ଼ାଣ ଭରୁଥିବା ବିମାନର ୨ ନମ୍ବର ଇଞ୍ଜିନ୍‌ରୁ ଧୁଆ ବାହାରିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଯାତ୍ରୀମନାଙ୍କ ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଉଛି। ଏହି ଘଟଣା ଉପରେ ଡିଜିସିଏ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।