fbpx

ୟୁକ୍ରେନରୁ ଭାରତ ପହଞ୍ଚିଲେ ୨୪୨ ପ୍ରବାସୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ବଢ଼ିବାରେ ଲାଗିଛି । ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି୨୪୨ ପ୍ରବାସୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ନିଜ ରାଜ୍ୟକୁ ପଠାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ତେବେ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନ ଛାଡ଼ିବାକୁ ଗାଇଡଲାଇନ୍ ଜାରି ହୋଇଛି । ଆହୁରି ଅଧିକ ବିମାନ ପଠାଇବା ପାଇଁ ସରକାର ଯୋଜନା କରୁଛନ୍ତି । ୩ଦିନ ଭିତରେ ୩ଟା ବିମାନରେ ଭାରତୀୟମାନେ ୟୁକେନରୁ ଫେରିଆସିବେ । ୟୁକ୍ରେନରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନିଜ ନିଜ ପରିବାରକୁ ଘରକୁ ପଠାଇବା ପାଇଁ ରାଜନୈତିକ ଅଧିକାରୀକୁ କହିସାରିଛି । ଏହା ସହ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ଏକ ଆଡଭାଇଜରୀ ଜାରି ଭାରତୀୟଙ୍କୁ ଅସ୍ଥାୟୀ ଭାବେ ଦେଶ ଛାଡ଼ିବାକୁ କହିଛି । ଆମେରିକରା ଭଳି ପାଶ୍ଚାତ୍ୟ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇସାରିଛନ୍ତି ।

Get real time updates directly on you device, subscribe now.