fbpx
BSKY
BJD MC SKY
BJD MS SKY

ଏୟାର ମାର୍ଶାଲ ଏ.ପି.ସିଂହ ହେଲେ ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ: ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଏୟାର ମାର୍ଶାଲ ଏ.ପି.ସିଂହ । ଏହି ଅବସରରେ ବୁଧବାର ଶ୍ରୀ ସିଂହ ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ ବାୟୁସେନା ମୁଖ୍ୟାଳୟରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ବାୟୁସେନାର ୩୯ବର୍ଷ ସେବା ପରେ ଜାନୁଆରୀ ୩୧ ତାରିଖରେ ବାୟୁସେନାର ଉପମୁଖ୍ୟ ପଦରୁ ଏୟାର ମାର୍ଶାଲ ସନ୍ଦୀପ ସିଂହ ଅବସର ନେବାପରେ ନୂଆ ଉପମୁଖ୍ୟ ଭାବେ ଏୟାରମାର୍ଶାଲ ଏ.ପି.ସିଂହ ଦାୟିତ୍ୱ ନେଇଛନ୍ତି । ସେ ହେଉଛନ୍ତି ଏନଡିଏର ଜଣେ ପୂର୍ବତନ ଛାତ୍ର ।

ବାୟୁସେନାର ଫାଇଟର ବିଭାଗରେ ୧୯୮୪ ଡିସେମ୍ବର ୩୧ ତାରିଖରେ ସାମିଲ ହୋଇଥିଲେ । ୫ହଜାର ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ପର୍ଯ୍ୟନ୍ତ ତାଙ୍କର ଉଡାଣର ଦକ୍ଷତା ରହିଛି । ଶ୍ରୀ ସିଂହ ଶକ୍ତିଶାଳୀ ଫାଇଟର ଜେଟ୍ ସ୍କ୍ୱାର୍ଡନ ଏବଂ ଫ୍ରଣ୍ଟଲାଇନ୍ ଏୟାରବେସ୍କୁ କମାଣ୍ଡିଂ କରିବାରେ ବେଶ୍ ଦକ୍ଷତା ରହିଛି ।

Get real time updates directly on you device, subscribe now.