fbpx

କମ୍‌ବ୍ୟାକ୍‌ରେ ଇତିହାସ ରଚିଲେ ଶାରରୁଖ ଖାନ୍‌: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି

ନୁଆଦିଲ୍ଲୀ: ସିଦ୍ଧର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସ ପଠାନ ଘରୋଇ ତଥା ବିଦେଶ ବକ୍ସ ଅଫିସରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କାରଣ ଏହା ସାତ ଦିନ ମଧ୍ୟରେ ସାରା ବିଶ୍ୱରେ ୬୩୪ କୋଟି ଟଙ୍କା ସଂଗ୍ରହ କରିଛି। ପଠାନ ଏହାର ସପ୍ତମ ଦିନରେ ଭାରତରେ ୨୩ କୋଟି ନେଟ (ହିନ୍ଦୀରେ ୨୨ କୋଟି ଏବଂ ସମସ୍ତ ଡବଡ୍ ସଂସ୍କରଣ ପାଇଁ ୧ କୋଟି) ଟଙ୍କା କଲେକ୍ସନ କରି ଭାରତର ମୋଟ ୨୮ କୋଟି ସଂଗ୍ରହ କରିଛି। ସେହିପରି ସପ୍ତମ ଦିନରେ ବିଦେଶରେ ୧୫ କୋଟି ଟଙ୍କା ଆୟ ହୋଇଛି।

ଏହା ସହିତ ସାତ ଦିନ ମଧ୍ୟରେ ପଠାନ କେବଳ ବିଦେଶରେ ୨୯.୨୭ ମିଲିୟନ ଡ଼ଲାର (୨୩୮.୫ କୋଟି ଟଙ୍କା) ସଂଗ୍ରହ କରିଥିବାବେଳେ ଭାରତରେ ଏହାର ନେଟ ସଂଗ୍ରହ ହେଉଛି ୩୩୦.୫୦ (ହିନ୍ଦୀ ସଂସ୍କରଣ ୩୧୮.୫୦ କୋଟି ଏବଂ ୧୧.୭୫ କୋଟି ଟଙ୍କା)।

ପଠାନ୍ ଆଜି ଆଉ ଏକ ରେକର୍ଡ ସୃଷ୍ଟି କରିଛି, ଯେତେବେଳେ ଏହା ହିନ୍ଦୀ ସିନେମା ଇତିହାସରେ ପ୍ରଥମ ସପ୍ତାହରେ ସର୍ବାଧିକ ରୋଜଗାର ରେକର୍ଡ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ଚମତ୍କାର ରେସପନ୍ସ ପାଇଛି। ୟଶ ରାଜ୍‌ର ସ୍ପାଏ ୟୁନିଭର୍ସ ‘ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ୱାର୍ ଏବଂ ପଠାନର ସମସ୍ତ ଚଳଚ୍ଚିତ୍ର ବ୍ଲକବଷ୍ଟର ହୋଇପାରିଛି। ପଠାନ ଆଦିତ୍ୟ ଚୋପ୍ରାଙ୍କ ଉଚ୍ଚାଭିଳାଷୀ ସ୍ପାଏ ୟୁନିଭର୍ସର ଏକ ଅଂଶ ଏବଂ ଦେଶର ସବୁଠୁ ବଡ ସୁପରଷ୍ଟାର ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ଏହି ଫିଲ୍ମରେ ଅଭିନୟ କରିଥିଲେ।

Get real time updates directly on you device, subscribe now.