fbpx

ଭୁବନେଶ୍ୱର ରୁ ରାଉରକେଲା ପାଇଁ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ –ରାଉରକେଲା ପାଇଁ ବିମାନ ଉଡାଣର ଶୁଭାରମ୍ଭ ହୋଇଛି । ଯାହାକୁ ଭିସି ମାଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଏଥିସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ତେବେ ଆସନ୍ତା ୧୨ ତାରିଖରୁ ଏହି ଉଡାଣ ଦୈନିକ ଭାବରେ ଜାରି ରହିବ  ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବିମାନ ବର୍ତ୍ତମାନ ଭୁବନେଶ୍ୱରରୁ ଲେଜଉଡାଣ ଭରିଥିବା ବେଳେ ଏହା ଯେଉରକେଲାରେ ପୂର୍ବାହ୍ନ ୧୧ଟା ୪୦ରେ ପହଞ୍ଚିବ । ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବା କୁହାଯାଇଛି । ତେବେ ଆସନ୍ତା ୧୨ ତାରଖରୁ ଏହି ବିମାନ ଦୈନିକ ଚଳାଚଳ କରିବ । ଯାହାକି ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ଭୁବନେଶ୍ୱରର ଏୟାରପୋର୍ଟରୁ ବାହାରି ୩ଟା ୫୦ରେ ରାଉରକେଲାରେ ପହଂଚିବ । ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ ।

ତେବେ ଯେଉଁମେନେ ଏହି ବିମାନରେ ଭୁବନେଶ୍ୱରରୁ ରାଉରକେଲାକୁ ଯାତ୍ରା କରିବାକୁ ଚାହୁଁଥିବେ ସେମାନଙ୍କୁ ଏନେଇ ଟିକଟର ମୂଲ୍ୟ ୨୮୦୩ ଟଙ୍କା ଦେବାକୁ ପଡିବ | ସେହିପରି ଯେଉଁମାନେ ରାଉରକେଲାରୁ ଭୁବନେଶ୍ୱରକୁ ଆସିବାକୁ ଚାହୁଁଥିବେ ସେମାନଙ୍କୁ ଟିକେଟ ପାଇଁ ୨୭୨୧ ଟଙ୍କା ଦେବାକୁ ପଡିବ |

Get real time updates directly on you device, subscribe now.