fbpx

Airtel ଏବଂ Jioର ମହଙ୍ଗା ରିଚାର୍ଜ ପାଇଁ କରନ୍ତୁନି ଚିନ୍ତା, ଏହି ଟ୍ରିକ ଆପଣାଇ ବଞ୍ଚାନ୍ତୁ ଟଙ୍କା

Advertisement

ନୂଆଦିଲ୍ଲୀ: ଜିଓ ୟୁଜର୍ସଙ୍କ ପାଇଁ କାଲି ଅର୍ଥାତ ୩ ଜୁଲାଇରୁ ରିଚାର୍ଜ ମୂଲ୍ୟ ବଢିଯିବ । ଜିଓ ନିଜ ରିଚାର୍ଜର ମୂଲ୍ୟରେ ୧୨ ରୁ ୨୫ ପ୍ରତିଶତ ବଢାଇଛି । ସେହିପରି ଏୟାରଟେଲ ରିଚାର୍ଜର ମୂଲ୍ୟରେ ୧୧ ରୁ ୨୧ ପ୍ରତିଶତର ବୃଦ୍ଧି ଘଟିଛି । ଯଦି ଆପଣ ପୋଷ୍ଟପେଡ ୟୁଜର୍ସ ତେବେ ଆପଣଙ୍କୁ କଦାପି ରିହାତି ମିଳିବ ନାହିଁ । ହେଲେ ୩ ଜୁଲାଇ ପୂର୍ବରୁ କରାଯାଇଥିବା ପ୍ରିପେଡ ରିଚାର୍ଜ ନିଜର ବର୍ତ୍ତମାନ ମୂଲ୍ୟରେ ରହିବ । ସେଥିପାଇଁ ଆପଣ ରିଜାର୍ଚ ସିଡ୍ୟୁଲ କରିପାରିବେ ।

ଯଦି ଆପଣ ଜିଓ ବା ଏୟାରଟେଲ ୟୁଜର୍ସ ଅଟନ୍ତି, ତେବେ ଆପଣ ପ୍ରଥମେ ରିଚାର୍ଜକୁ ସିଡ୍ୟୁଲ କରିପାରିବେ । ଏଥିପାଇଁ ଆପଣଙ୍କୁ ୩ ଜୁଲାଇ ପୂର୍ବରୁ ରିଚାର୍ଜ କରିବାକୁ ପଡିବ । ଏହାପରେ ଏହି ରିଚାର୍ଜ ଲାଇନରୁ ଆକ୍ଟିଭ ହୋଇପାରିବେ । ଏହି ଅପସନ କେବଳ ଜିଓ ଏବଂ ଏୟାରଟେଲ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।

ଜିଓ ୟୁଜର୍ସ ଯେକୌଣସି ମୂଲ୍ୟରେ ରିଚାର୍ଜ କରିପାରିବେ । ସେହିପରି ଏୟାରଟେଲ ୟୁଜର୍ସ ନିଜର ବର୍ତ୍ତମାନ ସ୍କିମ ଅନୁଯାୟୀ, ଆଗାମୀ ପେମେଣ୍ଟରେ ରିଚାର୍ଜ କରିପାରିବେ । ଯଦି କୌଣସି ୟୁଜର୍ସ ଯେକୌଣସି ଭିନ୍ନ ସ୍କିମରେ ରିଚାର୍ଜ କରିବାକୁ ଚୟନ କରୁଛନ୍ତି ତେବେ ସେ ନୂଆ ଯୋଜନାରେ ତୁରନ୍ତ ଆକ୍ଟିଭ ହୋଇଯିବେ । ଏଭଳି ପରିସ୍ଥିତିରେ ଆପଣଙ୍କ ଖାତାରେ ଦୁଇଟି ଆକ୍ଟିଭ ସ୍କିମ ଦେଖିବାକୁ ମିଳିବ । ସେହିପରି ଭିଆଇ ୟୁଜର୍ସ ନିଜ ରିଚାର୍ଜ ସିଡ୍ୟୁଲ କରିପାରିବେ ନାହିଁ । ଯଦି ସେ ରିଚାର୍ଜ କରୁଛନ୍ତି ତେବେ ତାଙ୍କର ସମସ୍ତ ସ୍କିମ ଗୋଟିଏ ସମୟରେ ଆରମ୍ଭ ହୋଇଯିବ ।

ଏୟାରଟେଲ ନିଜ ଅନଲିମିଟେଡ ୫ଜି ଡାଟା ଅଫରରେ କିଛି ପରିବର୍ତ୍ତନ କରିନାହିଁ । ଯେଉଁଥିରେ ରିଲାଏନ୍ସ ଜିଓ ନିଜ ଅନଲିମିଟେଡ ୫ଜି ଡାଟା ଅଫରର ଫାଇଦା ଉଠାଇବା ପାଇଁ କିଛି ସର୍ତରେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ୟୁଜର୍ସଙ୍କୁ ୨ଜିବି ବା ଏହାଠାରୁ ଅଧିକ ପ୍ଲାନ ପାଇଁ ରିଚାର୍ଜ କରିବାକୁ ପଡିବ ।

Get real time updates directly on you device, subscribe now.