fbpx

Airtel ର ଏହି ପ୍ଲାନରେ ମିଳିବ ଡବଲ ବେନିଫିଟ୍; ଡାଟା-କଲିଂ ସହ ୧୦୦ ଟଙ୍କା ଆକାଉଣ୍ଟକୁ!

ନୂଆଦିଲ୍ଲୀ: ଆମେ ସବୁବେଳେ ବଜେଟ୍ ରିଚାର୍ଜ ପ୍ଲାନ୍ ଚାହିଥାନ୍ତି । ପ୍ଲାନରେ କ’ଣ ବେନିଫିଟ୍ ମିଳୁଛି ତାହା ମଧ୍ୟ ଦେଖିଥାନ୍ତି । ଏୟାରଟେଲରେ ଛୋଟରୁ ବଡ଼ ରିଚାର୍ଜ ଉପଲବ୍ଧ ରହିଛି । କିନ୍ତୁ ଯଦି ଆପଣଙ୍କ ବଜେଟ୍ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଆପଣଙ୍କ ପାଇଁ କମ୍ପାନୀର ଏହି ପ୍ଲାନ୍ ବେଶ୍ ଲାଭଜନକ ହୋଇପାରେ । କାରଣ ଏହି ପ୍ଲାନରେ ଆପଣଙ୍କୁ ୧୦୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ମିଳୁଛି ।

ଏୟାରଟେଲର ଏହି ପ୍ଲାନ୍ ୩୦୦ ଟଙ୍କାରୁ କମ୍ ରହିଛି । ଏହା ସହ ଏହି ପ୍ଲାନରେ ଭଲ ବେନିଫିଟ୍ ମଧ୍ୟ ମିଳୁଛି । ଏହି ପ୍ଲାନ ହେଉଛି ୨୯୬ ଟଙ୍କାର ପ୍ରିପେଡ୍ ପ୍ଲାନ୍ । ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ, ଡାଟା, ୩୦ ଦିନର ବୈଧତା ଏବଂ ୧୦୦ ଟଙ୍କାର କ୍ୟାସବ୍ୟାକ୍ ରହିଛି ।

ଏହି ୨୯୬ ପ୍ଲାନରେ ୨୫ ଜିବି ଡାଟା ମିଳୁଛି । ଅର୍ଥାତ୍ ଏଥିରେ ଦୈନିକ ଡାଟାର କୌଣସି ସୀମା ନାହିଁ ଆପଣ ୨୫ ଜିବି ଡାଟାକୁ ଆପଣଙ୍କ ହିସାବରେ ଖର୍ଚ୍ଚ କରିପାରିବେ । ଏହି ପ୍ଲାନରେ ଗ୍ରାହକଙ୍କୁ ପୂରା ୩୦ ଦିନର ଭାଲିଡିଟି ମିଳିବ । ୩୦ ଦିନ ଯାକ ଗ୍ରାହକ ଅନଲିମିଟେଡ କଲିଂ କରିପାରିବେ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳୁଛି । ତେବେ ଅତିରିକ୍ତ ବେନିଫିଟ୍ କହିଲେ ୨୯୬ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ପ୍ଲାନରେ ୧୦୦ ଟଙ୍କାର ଫାଷ୍ଟଟ୍ୟାଗ୍ କ୍ୟାସବ୍ୟାକ୍ ମିଳୁଛି । ଏହା ସହ ଏଥିରେ ଫ୍ରି ଟ୍ୟୁନ୍ ଏବଂ ୱିଙ୍କ୍ ମ୍ୟୁଜିକ୍ ମଧ୍ୟ ମିଳୁଛି ।

Get real time updates directly on you device, subscribe now.