fbpx

୧୫୦ ଟଙ୍କାରୁ କମ ମୂଲ୍ୟରେ ମିଳିବ ୨୦ ରୁ ଅଧିକ OTT Appsର ସର୍ଭିସ, ଜାଣନ୍ତୁ ଏହି ଦମଦାର ପ୍ଲାନର ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ମନପସନ୍ଦ କଣ୍ଟେଣ୍ଟ ଦେଖିବା ପାଇଁ ଓଟିଟି ସେବାମାନର ସବସ୍କ୍ରିପସନ ନେବା ଆବଶ୍ୟକ ହୋଇପଡିଲାଣି । ଅନେକ ପ୍ଲାନ୍ସ ଫ୍ରୀରେ ଓଟିଟି ସେବାମାନ ଅଫର କରୁଛନ୍ତି, ଯେଉଁଥିରେ ୟୁଜର୍ସଙ୍କୁ ନିଜ ମନପସନ୍ଦ ମୁଭିଜ ଏବଂ ସିରିଜ ଦେଖିବା ସହଜ ହେବ । ଏଥିରେ ଏୟାରଟେଲ ଏକ ଭଲ ପ୍ଲାନ ଜାରି କରିଛି, ଯେଉଁଥିରେ ୧୫୦ ଟଙ୍କାରୁ କମ ମୂଲ୍ୟରେ ୨୦ ରୁ ଅଧିକ ଓଟିଟି ସେବାମାନର ଅକ୍ସେସ ମିଳୁଛି ।

ଯଦି ଆପଣ ଏୟାରଟେଲ ୟୁଜର୍ସ ଏବଂ ଭଲ ମୂଲ୍ୟରେ ଦମଦାର ଓଟିଟି ସେବାମାନର ଆନନ୍ଦ ନେବାକୁ ଚାହୁଁଛନ୍ତି, ତେବେ ଏହି ୧୪୯ ଟଙ୍କାର ପ୍ଲାନ ଆପଣଙ୍କ ପାଇଁ ଭଲ ଅପସନ ହେବ । ଏଥିରେ କେବଳ ଆପଣଙ୍କୁ ଡାଟା ମିଳିବନି, ବରଂ ୨୦ରୁ ଅଧିକ ଓଟିଟି ପ୍ଲାଟଫର୍ମସର କଣ୍ଟେଣ୍ଟ ମଧ୍ୟ ଦେଖିବାକୁ ମିଳିବ ।

ଏହି ୧୪୯ର ପ୍ଲାନରେ ଆପଣଙ୍କୁ ୧ ଜିବି ଅତିରିକ୍ତ ଡାଟା ମିଳିଥାଏ । ଏହାର ଭ୍ୟାଲିଡିଟୀ ଆପଣଙ୍କ କଣ୍ଟେଣ୍ଟ ଆକ୍ଟିଭ ପ୍ଲାନ ଆକ୍ଟିଭ କରିବାକୁ ପଡିବ । ଏହାର ଭ୍ୟାଟିଡିଟି ଆପଣଙ୍କ କଣ୍ଟେଣ୍ଟ ଆକ୍ଟିଭ ପ୍ଲାନ ଯେତିକି ରହିବ । ଯଦି ଆପଣଙ୍କ ଆକ୍ଟିଭେଟ ପ୍ଲାନ ୩୦ ଦିନ ପାଇଁ ଭ୍ୟାଲିଡିଟି ଅଛି, ତେବେ ଏହି ପ୍ଲାନରେ ରିଚାର୍ଜ କରିବା ଉପରେ ଆପଣଙ୍କୁ ୩୦ ଦିନ ପାଇଁ ୧ଜିବି ଅତିରିକ୍ତ ଡାଟା ମଧ୍ୟ ମିଳିବ ।

ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ପ୍ଲାନ ସହ ଆପଣଙ୍କୁ ୩୦ ଦିନ ପାଇଁ Airtel Xstream Play ର ଆକ୍ସେସ ମିଳିଯିବ । Airtel Xstream Play ୨୦ ରୁ ଅଧିକ ଓଟିଟି ସେବାମାନର କଣ୍ଟେଣ୍ଟ ଦେଖିବାର ଅପସନ ଦେଇଥାଏ । ଏଥିରେ Sony LIV, Lionsgate Play, Fancode, Eros Now, hoichoi, ଏବଂ  ManoramaMAX  ଭଳି ସେବାମାନ ସାମିଲ ରହିଛି ।

Get real time updates directly on you device, subscribe now.