fbpx

Airtel Xstream AirFiber ସର୍ଭିସ ଭାରତରେ ଲଞ୍ଚ ହେଲା: ୬୪ଟି ଡିଭାଇସରେ ଏକସଙ୍ଗେ ଚାଲିବ 5G ଇଣ୍ଟରନେଟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓଠାରୁ ଗୋଟିଏ ପାଦ ଆଗକୁ ଯାଇ ଭାରତରେ ଏୟାରଟେଲ ନିଜର ଏକ୍ସଷ୍ଟ୍ରିମ ଏୟାରଫାଇବର ସର୍ଭିସ ଲଞ୍ଚ କରିଛି । ଏହି ସେବାର ସହାୟତାରେ ଆପଣ ଯେ କୌଣସି ଡିଭାଇସରେ ଏକ ସଙ୍ଗେ ୫ଜି ଇଣ୍ଟରନେଟ ୟୁଜ୍ କରିପାରିବେ । ଏଥିପାଇଁ କମ୍ପାନୀ ଏକ ପ୍ଲାନ ଲଞ୍ଚ କରିଛି । ଏହା ଏକ ଫିକ୍ସଡ ୱେୟାରଲେସ ସେବା ହୋଇଥିବା ବେଳେ ଏହା ମାଧ୍ୟମରେ ଇଣ୍ଟରନେଟ କନେକ୍ଟିଭିଟିକୁ ଅଧିକ ମଜବୁତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।

ତେବେ ଏହି ସେବା ଲଞ୍ଚ କରିବା କ୍ଷେତ୍ରରେ ଏୟାରଟେଲ ଏବେ ଜିଓଠାରୁ ଆଗକୁ ଅତିକ୍ରମ କରିଯାଇଛି । ଜିୟୋ ଗତବର୍ଷ ଜିଓ ଫାଇବର ସେବାର ପରିଚୟ ଦେଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ତାହା ଲଞ୍ଚ ହୋଇନାହିଁ । ଏୟାରଟେଲ ଏହି ସେବାକୁ ଦିଲ୍ଲୀ ଓ ମୁମ୍ବାଇରେ ଲଞ୍ଚ କରିଛି । ଏହା ଭାରତର ପ୍ରଥମ ୫ଜି ଫିକ୍ସଡ ୱେୟାରଲେସ ସର୍ଭିସ ହୋଇଥିବା ବେଳେ ଏହାର ସହାୟତାରେ ଗୋଟିଏ ଡିଭାଇସରୁ ଆକ୍ସେସ କରିହେବ । ଏଫଡବ୍ଲ୍ୟୁଏ ଡିଭାଇସ ଗୋଟିଏ ଟାୱାରର ଡିଜାଇସ ସହିତ ଆସିଥାଏ । ଏହାକୁ ଆପଣ କେବଳ ସଂଯୋଗ କରି ୟୁଜ କରିପାରିବେ ।

ଏହା ୱାଇ-ଫାଇ ସହିତ ଆସୁଥିବା ବେଳେ ଏଥିରେ ଆପଣଙ୍କୁ ହାଇ-ସ୍ପିଡ ଇଣ୍ଟରନେଟ ମିଳିବ । ଏହାର ସହାୟତାରେ ଗ୍ରାମୀଣ ଅଞ୍ଚଳରେ ମଧ୍ୟରେ ହାଇ ସ୍ପିଡ ସେବା ମିଳିପାରିବ । ଏଫଡବ୍ଲ୍ୟୁଏ ସହାୟତାରେ ଆପଣ ବିନା କୌଣସି ଅପ୍ଟିକାଲ କେବଲ ଓ କପର ଲାଇନରେ ଏହି ସେବା ପାଇ ପାରିବେ । ଆପଣମାନେ ଅତି ସହଜରେ ୬୪ଟି ଡିଭାଇସରେ ଏକ ସଙ୍ଗେ ସଂଯୋଗ କରିପାରିବେ । ଏହାଦ୍ୱାରା ସ୍ମାର୍ଟଫୋନ, ଲାପଟପ, ସ୍ମାର୍ଟଟିଭି, ଟାବଲେଟ ଓ ଅନ୍ୟ ଡିଭାଇସ ବ୍ୟବହାର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ୨୫୦୦ ଟଙ୍କାର ରିଫଣ୍ଡବଲ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ । ବର୍ତ୍ତମାନ ଆପଣଙ୍କୁ ଏହାର କେବଳ ଗୋଟି ପ୍ଲାନ ମିଳିବ ।

Get real time updates directly on you device, subscribe now.