fbpx

ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ

ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା ରହିଛି । ଅଧିକ ମଦ ପିଇଲେ ତାହା ରୋଗର କାରଣ ସାଜିବ, ଅଳ୍ପ ମଦ ପିଇଲେ ତାହା ଶରୀର ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଅନେକ କହିଥାନ୍ତି । ମାତ୍ର ନିକଟରେ ଆସିଥିବା ଏକ ରିସର୍ଚ୍ଚ ରିପୋର୍ଟ ଏହି ତଥ୍ୟକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ।

ଆମେରିକାନ ଆସୋସିଏସନ ଜର୍ଣ୍ଣାଲ ହାଇପରଟେନସନରେ ପ୍ରକାଶିତ ରିପୋର୍ଟ ମୁତାବକ, ଦୈନିକ ମାତ୍ର ଗୋଟିଏ ଗ୍ଲାସ ମଦ ପିଉଥିବା ଲୋକଙ୍କ ଠାରେ କେବେକେବେ ପିଉଥିବା ଲୋକଙ୍କ ତୁଳନାରେ ବ୍ଲଡ ପ୍ରେସର ଆଶଙ୍କା ଅତ୍ୟଧିକ ରହିଥାଏ । ୧୯୯୭ରୁ ୨୦୨୧ ପର୍ଯ୍ୟନ୍ତ ଇଣ୍ଟରନ୍ୟାସନାଲ ଷ୍ଟଡିର ଡାଟାରୁ ଏହି ତଥ୍ୟ ଖୁଲାସା ହୋଇଛି । ଦିନକୁ ଅଳ୍ପ ମଦ ପିଇଲେ ବି ତାହା ରକ୍ତଚାପକୁ ଦ୍ରୁତ ବୃଦ୍ଧି କରାଇଥାଏ । ଉକ୍ତ ରକ୍ତଚାପର ଲକ୍ଷଣ ସାମ୍ନାକୁ ଆସିବା ବେଳକୁ ଶରୀରରେ ଅନେକ କ୍ଷତି ସାଧିତ ହୋଇସାରିଥାଏ । ଯଦି ରକ୍ତଚାପ ନିୟନ୍ତ୍ରଣରେ ନ ରହିବ ତେବେ ବିକଳାଙ୍ଗତା, ଖରାପ ଜୀବନ ଶୈଳୀ ଓ ହାର୍ଟ ଆଟାକ ସମସ୍ୟା ମଧ୍ୟ ଦେଖାଦେଇପାରେ ।

ରିସର୍ଚ୍ଚରେ ସାମିଲ ଜଣେ ସିନିୟର ଡାକ୍ତରଙ୍କ ମତରେ, ବହୁତ କମ୍ ମାତ୍ରାରେ ମଦ ସେବନ କରୁଥିବା ଲୋକଙ୍କଠାରେ ବ୍ଲଡ ପ୍ରେସରର ସ୍ତର ଅଧିକ ଥିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଯେଉଁମାନଙ୍କ ଶରୀରରେ ପୂର୍ବରୁ ହାଇ ବ୍ଲଡପ୍ରେସରର ସମସ୍ୟା ନଥିଲା, ସେହି ଯୁବକମାନ୍ୱେଧ୍ୟ ଏହି ସମସ୍ୟାର ଶିକାର ହୋଇପାରନ୍ତି । ବ୍ଲଡପ୍ରେସରକୁ ମରକ୍ୟୁରୀର ମିଲିମିଟରର ଦୁଇଟି ସଂଖ୍ୟାରେ ମପାଯାଇଥାଏ । ଉପର ସଂଖ୍ୟାକୁ ସିଷ୍ଟୋଲିକ କୁହାଯାଇଥାଏ, ଯାହାକି ହୃଦୟର ମାଂସପେଶୀର ସଂକୋଚନ ଓ ବ୍ଲଡ ପମ୍ପକୁ ମାପିଥାଏ । ସେହିପରି ତଳେ ଥିବା ସଂଖ୍ୟାକୁ ଡାଇଷ୍ଟୋଲିକ କୁହାଯାଇଥାଏ, ଯାହାକି ହାର୍ଟ ବିଟ ମଧ୍ୟରେ ଥିବା ଚାପକୁ ମାପିଥାଏ । ହାଇ ବ୍ଲଡ ପ୍ରେସର ସମସ୍ୟାକୁ ସାଇଲେଣ୍ଟ କିଲର ଭାବେ ଗ୍ରହଣ କରାଯାଇଥାଏ । ଶରୀରରେ ବ୍ଲଡ ପ୍ରେସର ସ୍ତର ବଢ଼ିବା ଫଳରେ ହାର୍ଟ ଆଟାକ, ଷ୍ଟ୍ରୋକ, କ୍ରନିକ କିଡନୀ ଡିଜିଜ ସମେତ ଅନେକ ବିମାରୀର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.