fbpx

ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ୍‌, ଯେଉଁଥିରେ ୩୬୫ ଦିନର ଲମ୍ବା ଭ୍ୟାଲିଡିଟି ପାଇବେ ଆପଣ

Advertisement

ନୂଆଦିଲ୍ଲୀ : ଏୟାରଟେଲ ଏପରି ଏକ ଶସ୍ତା ରିଚାର୍ଜ ପ୍ଲାନ ଦେଉଛି, ଯେଉଁଥିରେ ୟୁଜରମାନେ ୩୬୫ ଦିନର ଲମ୍ବା ଭ୍ୟାଲିଡିଟି ପାଇବେ । କେବଳ ଏତିକି ନୁହେଁ ଏହି ରିଚାର୍ଜ ପ୍ଲାନ୍‌ ମଧ୍ୟ ଅନଲିମିଟେଡ୍‌ ଭଏସ୍ କଲିଂ ଏବଂ ଡାଟା ସହିତ ଆସିଥାଏ । କିନ୍ତୁ ଅନ୍ୟ କମ୍ପାନୀର ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ଅନ୍ୟ ସୁବିଧା ଦିଆଯାଉଛି, ଯାହା ଏୟାରଟେଲର ଏହି ପ୍ଲାନରେ ନାହିଁ ।

ଲମ୍ବା ଭ୍ୟାଲିଡିଟି ସହିତ ଏୟାରଟେଲର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌ ର ଦାମ୍‌ ୧,୭୯୯ ଟଙ୍କା ରହିଛି । ଏହି ପ୍ଲାନ୍‌ ରେ ରିଚାର୍ଜ କରିବା ପରେ ୟୁଜରମାନଙ୍କୁ ୩୬୫ ଦିନର ଭ୍ୟାଲିଡିଟି ମିଳିବ । ଏହି ପ୍ରିପେଡ୍ ପ୍ଲାନ୍‌ କୌଣସି ଡେଲି ଲିମିଟ୍‌ ବିନା ବର୍ଷସାରା ୨୪ ଜିବି ଇଣ୍ଟରନେଟ୍ ଡାଟା ଦେବ । କେବଳ ଏତିକି ନୁହେଁ ୟୁଜରମାନେ ୩,୬୦୦ ମାଗଣା SMS ର ଲାଭ ପାଇବେ । କିନ୍ତୁ ଏଥିପାଇଁ ଗୋଟିଏ ଦିନରେ ସର୍ବାଧିକ ୧୦୦ SMS ର ଲିମିଟ୍‌ ସେଟ୍‌ କରାଯାଇଛି ।

ଏୟାରଟେଲର ଏହି ପ୍ରିପେଡ୍ ପ୍ଲାନରେ ୟୁଜରମାନେ ସାରା ଦେଶରେ ମାଗଣା ରୋମିଂର ଲାଭ ପାଇବେ ଏବଂ ଅନଲିମିଟେଡ କଲିଂ ପାଇବେ । ଏହା ବ୍ୟତୀତ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜରମାନଙ୍କୁ କିଛି ଭଲ ସୁବିଧାର ଲାଭ ମଧ୍ୟ ମିଳିବ , ଯେଉଁଥିରେ ମାଗଣା ହ୍ୟାଲୋ ଟ୍ୟୁନ୍ସ, ୱିଙ୍କ୍ ମ୍ୟୁଜିକ୍ ସବସ୍କ୍ରିପସନ୍ ଇତ୍ୟାଦି ସାମିଲ ରହିଛି ।

Get real time updates directly on you device, subscribe now.