fbpx

Jio କୁ ଝଟକା ଦେଲା Airtel! ଲଞ୍ଚ୍ ହେଲା ୨୬ ଟଙ୍କିଆ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ: ଜାଣନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ବର୍ତ୍ତମାନ ରିଲାଏନ୍ସ ଜିଓ ପରେ ଭାରତର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ହେଉଛି ଏୟାରଟେଲ । ଉଭୟ କମ୍ପାନୀ ମଧ୍ୟରେ ଲଗାତାର ପ୍ରତିଯୋଗିତା ଦେଖିବାକୁ ମିଳିଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ଲଞ୍ଚ୍ କରୁଛନ୍ତି ଉଭୟ ଦେଶ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ କରିଛି ଏୟାରଟେଲ, ଯାହାର ଦାମ୍ ରହିଛି ମାତ୍ର ୨୬ ଟଙ୍କା । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ୧.୫ ଜିବି ହାଇ ସ୍ପିଡ ଡାଟା ପ୍ରଦାନ କରିଥାଏ କମ୍ପାନୀ । ବର୍ତ୍ତମାନ ଏୟାରଟେଲ ନିଜ ୟୁଜରମାନଙ୍କୁ ଏହି ଶସ୍ତା ରିଚାର୍ଜ ପ୍ଲାନ ଅଫର କରିଛି ।

  • ଏହି ନୂଆ ରିଚାର୍ଜ ପ୍ଲାନର ଦାମ୍ ମାତ୍ର ୨୬ ଟଙ୍କା ରହିଛି । ଏହାପୂର୍ବରୁ କମ୍ପାନୀ ମାତ୍ର ୨୨ ଟଙ୍କାରେ ଡାଟା ପ୍ୟାକ୍ ପ୍ରଦାନ କରିଥାଏ । ଏହି ପ୍ଲାନରେ ୟୁଜରମାନଙ୍କୁ ପ୍ରତ୍ୟେକ ଦିନ ୧ଜିବି ଡାଟା ମିଳିଥାଏ । ତେବେ ଉଭୟ ପ୍ଲାନର ଭ୍ୟାଲିଡିଟି ୧ ଦିନ ରହିଥିବା ବେଳେ ନୂଆ ପ୍ଲାନ(୨୬ ଟଙ୍କା)ରେ ୟୁଜର ୧.୫ ଜିବି ଡାଟା ପାଇପାରିବେ ।
  • ବର୍ତ୍ତମାନ ଜାରି ରହିଥିବା ଟ୍ରୁଲି ଅନଲିମିଟେଡ ପ୍ଲାନ ସହିତ ଏହି ପ୍ଲାନକୁ ଚୟନ କରିପାରିବେ ୟୁଜର । ତେବେ ଏହି ପ୍ଲାନରେ ମାଗଣା କଲିଂ ସୁବିଧା ଉପଲବ୍ଧ ନାହିଁ । ବିଶେଷ କରି ଆପାତକାଳୀନ ସମୟରେ ଏହି ପ୍ଲାନ ୟୁଜରଙ୍କ ପାଇଁ ସୁବିଧା ଯୋଗାଇପାରିବ ବୋଲି କୁହାଯାଇଛି ।
  • ୨୨ ଏବଂ ୨୬ ଟଙ୍କା ପ୍ଲାନ ବ୍ୟତୀତ କମ୍ପାନୀ ଅନେକ ପ୍ଲାନ ଭ୍ୟାଲିଡିଟି ପ୍ରଦାନ କରିଥାଏ, ଯାହାର ବୈଧ ମାତ୍ର ୧ ଦିନ ହୋଇଥାଏ । ଏଥିରେ ୨ ଜିବି ଡାଟା ପ୍ୟାକ୍ ପ୍ରଦାନ କରୁଥିବା ପ୍ଲାନ ପାଇଁ ୩୩ ଟଙ୍କା ଏବଂ ୪୯ ଟଙ୍କା ପ୍ଲାନରେ ଅନଲିମିଟେଡ ଡାଟା(୨୦ ଜିବି ଫେୟାର ୟୁଜେଜ୍ ପଲିସି ସହ) ପ୍ରଦାନ କରିଥାଏ ।

ଏକ୍ସଟେଣ୍ଡେଡ ଭ୍ୟାଲିଡିଟି ସହିତ ଏୟାରଟେଲ ଅନେକ ଡାଟା ପ୍ଲାନ ପ୍ରଦାନ କରିସାରିଛି । ୭୭ ଟଙ୍କା ପ୍ଲାନରେ କମ୍ପାନୀ ୫ ଜିବି ଡାଟା ପ୍ରଦାନ କରୁଥିବା ବେଳେ ୧୨୧ ଟଙ୍କାରେ ୬ ଜିବି ଡାଟା ପ୍ରଦାନ କରୁଛି ଏୟାରଟେଲ । ଉଭୟ ଡାଟା ପ୍ୟାକ୍ ଆପଣଙ୍କ ପ୍ଲାନ ଭ୍ୟାଲିଡ ପର୍ଯ୍ୟନ୍ତ ସୀମିତ ରହିଥାଏ ।

Get real time updates directly on you device, subscribe now.