fbpx

କାନ୍ଦୁଛି କଂଗ୍ରେସ ‘ଦୋ’ ଛକିରେ ପିପିଲି !

ପିପିଲି ୧୪ ।୪ (ଓଡିଶା ଭାସ୍କର) : ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପନିର୍ବାଚନ । ଏଥିପାଇଁ ରାଜ୍ୟ ରାଜନୀତି ମାହଲ ବେଶ୍ ସରଗରମ ଥିଲା । ରାଜ୍ୟର ତିନି ଦଳରୁ ନିିର୍ବାଚନ ପାଇଁ ବଛାବଛା ପ୍ରର୍ଥୀ ଚୟନ ମଧ୍ୟ କରାଯାଇଥିଲା । ବିଜେପିରୁ ଆଶ୍ରିତ ପଟ୍ଟନାୟକ, ବିଜେଡିରୁ ରୁଦ୍ର ପ୍ରତାପ ଏବଂ କଂଗ୍ରେସରୁ ଅଜିତ ମଙ୍ଗରାଜ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ କରିଥିଲେ । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହୋଇ ମେ’ ୨ ତାରିଖରେ ଫଳାଫଳ ଘୋଷଣା ହୋଇଥାନ୍ତା । ନିର୍ବାଚନ ଆରମ୍ଭ ହେବା ଆଗରୁ ଆଜି ଅପରାହ୍ନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ନିଧନ ହୋଇଯାଇଛି । ଆପୋଲ୍ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛିି । ମଙ୍ଗରାଜଙ୍କ ଦେହାନ୍ତ ନେଇ ରାଜ୍ୟ କଂଗ୍ରେସକୁ ବଡ ଶକ୍ତ ଆଘାତ ଲାଗିଛି । ଏନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ କଂଗ୍ରେସ ଓ ପିପିଲିରେ ଶୋକର ଛାୟା ଖେଳିଯାଇଛି ।

ନିର୍ବାଚନ ଲଢିବା ଆଗରୁ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଜିତ୍ ମଙ୍ଗରାଜ । ପିପିଲି ନିର୍ବାଚନରେ ବିଜୟୀ ହେବାର ଆଶା ରଖି ନିଜ ବିଧାନସଭା ମଣ୍ଡଳୀ ପାଇଁ ବହୁତ କିଛି କରିବା ଲାଗି ଇଛା ରଖିଥିଲେ ମଙ୍ଗରାଜ । ହେଲେ ତାଙ୍କ ଇଛା ସବୁ ଇଛାରେ ରହିଗଲା । ତାଙ୍କ ଶରୀର ପଞ୍ଚଭୂତରେ ଲୀନ ହେଲା ଭଲି ସେ ଦେଖିଥିବା ସ୍ୱପ୍ନ ସବୁ ପାଣି ଫୋଟକା ପରି ମେଳାଇ ଯାଇଛି । ତାଙ୍କ ପାଇଁ ପିପିଲି ଜନତା ଓ କଂଗ୍ରେସ କର୍ମଚାରୀ ଉଭୟ କାନ୍ଦୁଛନ୍ତି । ନିର୍ବାଚନ ପାଇଁ ତାଙ୍କ ଅନୁପସ୍ଥିରେ ଜୋରସୋରରେ ପ୍ରଚାର ପ୍ରସାର କରିଥିବା କଂଗ୍ରେସ କର୍ମଚାରୀମାନେ ଆଜି ମଙ୍ଗରାଜଙ୍କ ନିଧନରେ ଭାଙ୍ଗି ପଡିଛନ୍ତି । ପିପିଲି ପାଇଁ କଂଗ୍ରେସ ପକ୍ଷରୁ ଅଜିିତ୍ ମଙ୍ଗରାଜ ଉଚିତ୍ ପ୍ରାର୍ଥୀ ଥିଲେ ଯେ କି ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସହ କଡା ଟକ୍କର ଦେଇ ପାରିଥାନ୍ତେ । ଏବେ ପିପିଲି ପାଇଁ ଦୁଇ ଦିନ ମଧ୍ୟରେ କଂଗ୍ରେସ ପକ୍ଷରୁ ନୂତନ ପ୍ରର୍ଥୀ ଚୟନ କରିବା କଷ୍ଟକର ହୋଇପଡିବ । ଏଭଳି ଜଣେ ମହାନ ବ୍ୟକ୍ତିତ୍ୱକୁ ହରାଇ ପିପିଲି ଓ କଂଗ୍ରେସ ଉଭୟଙ୍କୁ ଗଭୀର ଆଘାତ ଲାଗିଛି ।

ସୂଚନା ଅନୁସାରେ ଏପ୍ରିଲ ୭ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ବାହାରିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରଲି ୧୦ ତାରିଖରେ ତାଙ୍କୁ କରୋନା ପଜିଟିଭ ନେଇ ନିଜେ ଫେସବୁକ୍ ରେ ସୂୂଚନା ଦେଇଥିଲେ । ଏହାସହ ତାଙ୍କ ସମ୍ପର୍କରେ ଆସିିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ କରିବା ସହିତ ସଙ୍ଗରୋଧରେ ରହିବା ପାଇଁ କହିଥିଲେ । ତାଙ୍କର ନିଧନ ପରେ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତି ଉପରେ ଏବେ ସସମସ୍ତଙ୍କ ନଜର ରହିଛି । ସେପଟେ ପିପିଲି ଉପନିର୍ବାଚନର ଭବିଷ୍ୟତ କଣ ହେବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.