ନୂଆଦିଲ୍ଲୀ: ଜୁଆଣି ଭାରତୀୟ ସଂସ୍କୃତି ସହିତ ଆଦିମ କାଳରୁ ଜଡିତ । ପେଟର ଯେ କୌଣସି ସମସ୍ୟା ଥିଲେ ଜୁଆଣିର ବ୍ୟବହାର କରାଯାଏ ।ଏପରିକି ପ୍ରାଚୀନ କାଳରୁ ଏହାକୁ ଏକ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବିବେଚନା କରାଯାଉଥିବା ବେଳେ ବିଜ୍ଞାନ ମଧ୍ୟ ଏହାକୁ ମାନ୍ୟତା ପ୍ରଦାନ କରିଛି । ନିକଟରେ ଆମେରିକା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ପକ୍ଷରୁ ଏକ ରିସର୍ଚ୍ଚ ପେପର ପ୍ରସ୍ତୁତ କରାଯାଇଥିଲା । ଏହି ରିସର୍ଚ୍ଚ ଅନୁଯାୟୀ ଜୁଆଣି ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ।
ଏହା ସହିତ ଶରୀରରେ ରହିଥିବା ଚର୍ବି କମ କରିବାରେ ଜୁଆଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଜୁଆଣି ଆମର ପାଚନ ଶକ୍ତି ବଢାଇବାରେ ବେଶ ସହାୟକ ହୋଇଥାଏ । ସେହିପରି ଜୁଆଣିକୁ ଡିଷ୍ଟିଲଡ୍ କରିବା ପରେ ଯେଉଁ ତେଲ ବାହାରିଥାଏ ଏହା ମୋଟାପଣ କମ କରିବାରେ ବେଶ ସହାୟକ ହୋଇଥାଏ । ଏହି ତେଲରେ ଥାୟାମୋଲ ନାମକ କେମିକାଲ ଥାଏ ଯାହାକି ।ଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟି ଅକ୍ସିଡାଣ୍ଟ କାରକ ଭାବରେ କାମ କରିଥାଏ । ଏହା ଆମର ସ୍ନାୟବିକ ବ୍ୟବସ୍ଥାକୁ ମଧ୍ୟ ଅଧିକ କ୍ରିୟାଶୀଳ କରିଥାଏ ।