fbpx

ଖୁବଶୀଘ୍ର ଶସ୍ତାରେ ବିମାନ ସେବା ଯୋଗାଇବ ଏହି ଏୟାର ଲାଇନ୍ସ, ମିଳିଲା ଲାଇସେନ୍ସ…

ନୂଆଦିଲ୍ଲୀ: ଭାରତୀୟ ଅରବପତି ଏବଂ ଷ୍ଟକ୍ ମାର୍କେଟର ଦିଗ୍ଗଜ ନିବେଶକ ରାକେଶ ଝୁନଝୁନୱାଲା ଖୁବଶୀଘ୍ର ନୂଆ ଶସ୍ତା ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କ ଏୟାରଲାଇନ ଅକାଶା ଏୟାର ପାଇଁ ବଡ଼ ଖୁସି ଖବର । ଅକାଶା ଏୟାର ଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଠାରୁ ଏୟାର ଅପରେଟର ସାର୍ଟିଫିକେଟ୍ (ଏଓସି) ମିଳିଯାଇଛି । ଡିଜିସିଏ କହିଛନ୍ତି ଯେ ଲାଇସେନ୍ସ ମିଳିବା ପରେ ଏବେ ଅକାଶା ଏୟାର ଲାଇନ୍ସ ବିମାନ ସେବା ଆରମ୍ଭ କରିପାରିବ ।

ଅକାଶା ଏୟାର ଲାଇନକୁ ୨୧ ଜୁନ୍ ରେ ଏହାର ପ୍ରଥମ ବୋଇଂ ୭୩୭ ମ୍ୟାକ୍ସ ବିମାନର ମିଳିଛି । ଏହା ସହ କମ୍ପାନୀ ତରଫରୁ କୁହାଯାଇଥିଲା ଯେ ୭୧ ବୋଇଂ ୭୩୭ ବିମାନ ପାଇଁ ଅର୍ଡର ରହିଛି । ଏୟାରଲାଇନ ତରଫରୁ କୁହାଯାଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି କମର୍ସିଆଲ ବିମାନ ସହ ଉଡ଼ାଣ ଆରମ୍ଭ କରିବ । ପ୍ରତିମାସରେ ବିମାନ ଯୋଡ଼ା ଯିବ । ନିକଟରେ କମ୍ପାନୀର କ୍ରୁ ମେମ୍ବରଙ୍କ ୟୁନିଫର୍ମ ଲଞ୍ଚ ହୋଇଥିଲା ।

ସେପଟେ ଏୟାରଲାଇନ ତରଫରୁ କୁହାଯାଇଛି ଯେ ସମସ୍ତ ପରିଚାଳନା ପ୍ରସ୍ତୁତି ଆବଶ୍ୟକୀୟ ନିୟମ ଅନୁପାଳନ କରେ ଏଓସି ମିଳିଛି । ଏୟାରଲାଇନର କମର୍ସିଆଲ ଫ୍ଲାଇଟ୍ ଚଳିତ ମାସରୁ ଆରମ୍ଭ ହେବ ।

 

Get real time updates directly on you device, subscribe now.