ପାକିସ୍ତାନ ଜେଟକୁ ଛିନଛତର କଲା ଆକାଶ ମିଶାଇଲ୍, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ଆକାଶରେ ପରାକ୍ରମ ଦେଖାଇଲା ଆକାଶ ମିଶାଇଲ । ପାକିସ୍ତାନ ଜେଟକୁ ଖସାଇଲା ସେନା ।

ମଝି ଆକାଶରେ ଜେଏଫ୍-୧୭ ବିମାନକୁ କଲା ନଷ୍ଟ । ପଠାନକୋଟରେ ଖସାଇଥିଲା ସେନା ।

ଉଭୟ ସେନା ଏବଂ ବାୟୁ ସେନା ପାଖରେ ଏହି ସ୍ୱଦେଶୀ ନିର୍ମିତ ମିଶାଇଲ ରହିଛି । ଡିଆରଡିଓ ଦ୍ୱାରା ନିର୍ମିତ ଆକାଶ ମିଶାଇଲ ଭାରତ ପ୍ରତିରକ୍ଷା ପାଇଁ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇଛି ।

ଗୋଟିଏଥରରେ ଏକାଧିକ ଟାର୍ଗେଟକୁ ଧ୍ୱସ୍ତ କରିବାରେ ଏହି ମିଶାଇଲ ସକ୍ଷମ । ଏହାର ଟାର୍ଗେଟ୍ ରେଞ୍ଜ ୪୫ରୁ ୭୦ କିଲୋ ମିଟର ମଧ୍ୟରେ ରହିଛି ।