ଅନିରୁଦ୍ଧାଚାର୍ଯ୍ୟଙ୍କୁ ଅଖିଳେଶଙ୍କର ବଡ଼ ପ୍ରଶ୍ନ: ପଚାରିଲେ ଶ୍ରୀକୃଷ୍ଣଙ୍କ ପ୍ରଥମ ନାମ କ’ଣ, ଜାଣନ୍ତୁ କ’ଣ ମିଳିଲା ଉତ୍ତର
ଶ୍ରୀକୃଷ୍ଣଙ୍କର ପ୍ରଥମ ନାମ ଅନିରୁଦ୍ଧାଚାର୍ଯ୍ୟଙ୍କୁ ପଚାରିଲେ ଅଖିଳେଶ ଯାଦବ, ଜାଣନ୍ତୁ ମାମଲା
ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସପାର ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଭିଡିଓ ଚର୍ଚ୍ଚା ହେବା ଉପରେ ଧର୍ମଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଅନିରୁଦ୍ଧାଚାର୍ଯ୍ୟ ନିଜ ପ୍ରବଚନ ମାଧ୍ୟମରେ ଅଖିଳେଶ ଯାଦବଙ୍କୁ ଉତ୍ତର ଦେଇ କହିଛନ୍ତି ଯେ, ପ୍ରଶ୍ନ ପଚାରୁଥିବା ବ୍ୟକ୍ତିର ଉତ୍ତର ପ୍ରଥମରୁ ଜାଣିପାରୁଛି।
ଅନିରୁଦ୍ଧାଚାର୍ଯ୍ୟ କହିଛନ୍ତି ଯେ, ଭଗବାନଙ୍କ ନାମ ଅନନ୍ତ। ହେଲେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ କେବଳ ଗୋଟିଏ ନାମ ମନେଅଛି। ଏଥିପାଇଁ ଯାହା ତାଙ୍କର ମନେଅଛି, ସେ ସେଇ ନାମ ସଠିକ୍ ବୋଲି ଭାବେ।
ଅନିରୁଦ୍ଧାଚାର୍ଯ୍ୟ କହିଛନ୍ତି ଯେ, ଭଗବାନଙ୍କର ଅନନ୍ତ ନାମ। ତାକୁ କେହି ଗଣିପାରିବେ ନାହିଁ। ହେଲେ ଆଜି ସମାଜରେ କିଏ ଯଦି ଟିକେ କଣ ଜାଣିନେଉଛି ସେ ନିଜକୁ ବଡ଼ ଜ୍ଞାନୀ ଭାବୁଛି।
ମୋତେ ଜଣେ ନେତା ମିଳିଛନ୍ତି, ସେ କହିଛନ୍ତି ଯେ, ଭଗବାନଙ୍କ ନାମ କଣ, ମୁଁ କହିଥିଲି ଯେ, ଅନନ୍ତ। କହ୍ନେଇର ପ୍ରଥମ ନାମ ଲଲା। ହେଲେ ଯାହା ଲିଖିତ ଆକାରରେ ଅଛି, ତାହା କୃଷ୍ଣ। କୃଷ୍ଣ ପ୍ରଥମେ ତାଙ୍କ ନାମ ଲାଲାଙ୍କ ଭଳି କହିଛନ୍ତି, ଲୋକେ ନିଜ ନିଜ ଭାଷାରେ ଏହାକୁ କହିଥାଆନ୍ତି।
ସେ କହିଛନ୍ତି ଯେ, ଏହା ନାମ ନୁହେଁ ଆପଣଙ୍କ ରାସ୍ତା ଭିନ୍ନ ଏବଂ ମୋ ରାସ୍ତା ଭିନ୍ନ। ସେ ନେତା ୟୁପିର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି, ଅର୍ଥାତ ସେ ରାଜ ରହିସାରିଛନ୍ତି। ଏହାର ଅର୍ଥ ଏହା ଯେ, ସେ ନିଜ ପ୍ରଜାଙ୍କୁ ପୁତ୍ର ଭଳି ମାନନ୍ତି।
ତେବେ ଭାବନ୍ତୁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି ଯେ, ମୋ ରାସ୍ତା ଅଲଗା ଆଉ ତୁମ ରାସ୍ତା ଅଲଗା। କାରଣ ସେ ପଚାରିଥିବାର ପ୍ରଶ୍ନର ଉତ୍ତର ତାଙ୍କ ହିସାବରେ ଦେଇନାହିଁ। ମୁଁ ତାହା କହିଛି, ଯାହା ସତ। ବର୍ତ୍ତମାନ ଯଦି ଆପଣ ଲେଖିଥିବା କଥା ମାନିବେନି ତେବେ ଆପଣଙ୍କୁ କେହି ଜିତିପାରିବେନି।
ଗତ କିଛି ଦିନ ହେବ ଇଣ୍ଟରନେଟରେ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପୂର୍ବତନ ଉତ୍ତର ପ୍ରଦେଶର ସିଏମ, ସମାଜବାଦୀ ପାର୍ଟୀର ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଚର୍ଚ୍ଚିତ ଧର୍ମଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ମଧ୍ୟରେ ରାସ୍ତା ମଝିରେ କଥାବର୍ତ୍ତା ଚାଲିଥିଲା। ଏହି ଭିଡିଓରେ ଅଖିଳେଶ ଯାଦବ ଧର୍ମଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କୁ କିଛି ବୁଝାଉଥିଲେ।