fbpx

ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨: ଜାରି ହେଲା ସପାର ପ୍ରଥମ ପ୍ରାର୍ଥୀ ତାଲିକା

ଆସନ୍ତା ଫେବୃଆରୀ ୧୪ ରୁ ଆରମ୍ଭ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଆଉ ଏକ ମାସରୁ ବି କମ୍ ସମୟ ରହିଛି । ଏହାରି ମଧ୍ୟରେ ସୋମବାର ନିର୍ବାଚନ ସମାଜବାଦୀ ପାର୍ଟୀ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରଥମ ପ୍ରାର୍ଥୀ ତାଲିକାରେ ୧୫୯ ପ୍ରାର୍ଥୀଙ୍କ ନାମ ରହିଛି । ଏହି ଲିଷ୍ଟରେ ଅଖିଳେଶ ଯାଦବଙ୍କ ନାମ ମଧ୍ୟ ରହିଛି । ଅଖିଳେଶ ଯାଦବ ମୈନପୁରୀର କରହଲ ସିଟ୍ ନିର୍ବାଚନ ଲଢ଼ିବେ ।

ସେପଟେ ସପା ର ଦିଗ୍ଗଜ ନେତା ଆଜମ ଖାନଙ୍କୁ ଦଳ ରାମପୁର ଆସନରୁ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇଛି ଏବଂ ତାଙ୍କ ପୁଅ ଅବଦୁଲ୍ଲାହ ଆଜମ ଖାନ ସ୍ୱାର ସିଟରୁ ପ୍ରାର୍ଥୀ ଭାବରେ ଲଢ଼ିବେ । ସେହିଭଳି ଚରଥାୱଲ ସିଟ୍ ରୁ ପଙ୍କଜ ମଲିକ, ଉଞ୍ଚାହାରରୁ ମନୋଜ ପାଣ୍ଡେ, ନୁକଡ଼ ରୁ ଧର୍ମପାଲ ସାଇନି ଏବଂ କୌରାନା ଆସନରୁ ନାହିଦ ହସନକୁ ମଇଦାନକୁ ଓହ୍ଲାଇଛି ଦଳ ।

ତେବେ ନିକଟରେ ବିଜେପି ଛାଡ଼ି ସମାଜବାଦୀ ପାର୍ଟୀରେ ସାମିଲ ହୋଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଅଙ୍କ ନାମ ଲିଷ୍ଟରେ ନଥିବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.