fbpx

ବୟକଟ ରକ୍ଷାବନ୍ଧନକୁ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର: ହେଟର୍ସଙ୍କୁ କହିଲେ ଏପରି କଥା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଚଳଚିତ୍ର ‘ରକ୍ଷା ବନ୍ଧନ’ ଚଳିତ ମାସ ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଭାଇ ଭଉଣୀଙ୍କ ଭଲପାଇବା ଏବଂ ସେମାନଙ୍କର ନିଆରା ଓ ସୁନ୍ଦର ସମ୍ପର୍କ ଉପରେ ଆଧାରିତ ଏହି ମୁଭିକୁ ନେଇ ଅକ୍ଷୟ କୁମାର ବହୁତ ଉତ୍ସାହିତ ଥିବା ଜଣା ପଡିଛି । କିନ୍ତୁ ‘ରକ୍ଷା ବନ୍ଧନ’ ମୁଭି ରିଲିଜ ପୂର୍ବରୁ ହିଁ ଏହାକୁ ବୟକଟ୍ କରିବାକୁ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟରରେ #BoycottRakshaBansdhan ଟ୍ରେଣ୍ଡ ଖୁବ ଜୋର ଦେଖିବାକୁ ମିଳିଛି । ଯାହକୁ ନେଇ ବର୍ତ୍ତମାନ ଅକ୍ଷୟ କୁମାର ମୁହଁ ଖୋଲିବା ସହ ହେଟର୍ସମାନଙ୍କୁ କଡା ଜବାବ ଦେଇଛନ୍ତି ।

ବୟକଟ ରକ୍ଷାବନ୍ଧନ ଉପରେ କଣ କହିଲେ ଅକ୍ଷୟ କୁମାର: ବଲିଉଡ ଅଭିନେତା ଅକ୍ଷୟ କୁମାର ବୟକଟ ଟ୍ରେଣ୍ଡ ଉପରେ ମୁହଁ ଖୋଲିବା ସହ ଟ୍ରୋଲ୍ସଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେମାନେ ଏହି ପ୍ରକାର ଜିନିଷକୁ ଟ୍ରୋଲ କରନ୍ତୁ ନାହିଁ । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ହେଉଛି ଏକ ସ୍ୱାଧୀନ ଦେଶ । ଏଠାରେ ଯିଏ ଯାହା ଚାହିଁବ ତାହା କରିପାରିବ । ତେବେ ଏହିପରି ଟ୍ରୋଲ କରୁଥିବା କିଛି ଲୋକମାନେ କେବଳ ମସ୍ତି କରୁଛନ୍ତି । ତେଣୁ ଯେଉଁମାନେ ଏପରି କରୁଛନ୍ତି ସେମାନେ ଜାଣି ରଖିବା ଉଚିତ୍ ଯେ ଯେକୌଣସି ଇଣ୍ଡଷ୍ଟ୍ରୀ ହେଉନା କାହିଁକି ଏହା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାକୁ କିଛି ସାହାଯ୍ୟ ମିଳିଥାଏ । ତେଣୁ ଏପରି ଜିନିଷ କରିବାର କିଛି ଆବଶ୍ୟକତା ନାହିଁ । ଆମେ କେବଳ ଆମ ଦେଶକୁ ବଡ ଓ ମହାନ କରିବାକୁ ଚେଷ୍ଟା କରୁଛୁ ।

ଅକ୍ଷୟ କୁମାରଙ୍କ ଏହି ରକ୍ଷା ବନ୍ଧନ ମୁଭିକୁ ଆନନ୍ଦ ଏଲ୍ ରାୟ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚିତ୍ରଟି ଭାଇ ଭଉଣୀର ନିଆରା ସମ୍ପର୍କ ଓ ଭଲପାଇବା ଉପରେ ଆଧାରିତ । ଏଥିରେ ଅକ୍ଷୟ କୁମାର ଓ ତାଙ୍କ ୪ ଭଉଣୀଙ୍କ ମଧ୍ୟରେ ଥିବା ଭଲପାଇବା ଓ ସୁନ୍ଦର ସମ୍ପର୍କ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଭୂମି ପେଡନେକର ମଧ୍ୟ ମୁଖ୍ୟ ନଜର ଆସିବେ । ଅକ୍ଷୟ କୁମାରଙ୍କ ଏହି ରକ୍ଷା ବନ୍ଧନ ଚଳଚିତ୍ର ଟି ଅମୀର ଖାନଙ୍କ ମୁଭି ଲାଲ ସିଂହ ଚଡ୍ଡା ସହ ଟକ୍କର ଦେବ । ତେବେ ଦେଖିବାକୁ ବାକି ରହିଲା ଉଭୟ ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମକୁ ଲୋକେ ଅଧିକ ପସନ୍ଦ କରିବେ ।

Get real time updates directly on you device, subscribe now.