(Video) ଫିଲ୍ମ ହଲ ବାହାରେ ପହଞ୍ଚିଲେ ଅକ୍ଷୟ କୁମାର, ପଚାରିଲେ- ହାଉସଫୁଲ-୫ର ରିଭ୍ୟୁ, ଲୋକେ ମୁହଁ ମୋଡ଼ି ଚାଲିଗଲେ
ଅକ୍ଷୟ କୁମାର ନିଜେ ହାଉସଫୁଲ-୫ର ରିଭ୍ୟୁ ନେଉଥିଲେ, ହେଲେ ମୁହଁ ବୁଲାଇ ଚାଲିଗଲେ ଫ୍ୟାନ୍ସ
ନୂଆଦିଲ୍ଲୀ: ହାଉସଫୁଲ-୫ ଫିଲ୍ମ ହଲରେ ଧୁମ ମଚାଇଛି। ଫିଲ୍ମ ୨ ଦିନରେ ୫୦ କୋଟି ଟଙ୍କା ଉପରେ ରୋଜଗାର କରିଛି। ଏଥିସହ ଫିଲ୍ମ ହିଟ୍ ଆଡ଼କୁ ବଢିବାରେ ଲାଗିଛି।
ଏହାରି ମଧ୍ୟରେ ଅକ୍ଷୟ କୁମାର ମୁହଁରେ ମାସ୍କ ପିନ୍ଧି ସିନେମା ହଲ ବାହାରେ ପହଞ୍ଚିଛନ୍ତି ଏବଂ ସେ ଲୋକଙ୍କର ରିଭ୍ୟୁ ନେବାକୁ ଚାହୁଁଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଅକ୍ଷୟ କୁମାରଙ୍କୁ କେହି ଚିହ୍ନିପାରିଲେନି। ତାଙ୍କ ଇଗନୋର କରି ଚାଲିଗଲେ।
ବାଧକ ସାଜିଲା ମାସ୍କ: ଅକ୍ଷୟ କୁମାର ଏଠାରେ ନିଜ ଟିମ ସହ ସିନେମାଘର ବାହାରେ ପହଞ୍ଚିଥିଲେ। ଏଠାରେ ଅକ୍ଷୟ କୁମାର ନିଜ ଫିଲ୍ମର ମାସ୍କ ପିନ୍ଧିଥିଲେ। ମାସ୍କ ଯୋଗୁଁ ଲୋକେ ଅକ୍ଷୟ କୁମାରଙ୍କୁ ଚିହ୍ନି ପାରିନଥିଲେ। ଯେଉଁଭଳି ଲୋକେ ଫିଲ୍ମ ଦେଖି ବାହାରକୁ ଆସିଲେ ଅକ୍ଷୟ କୁମାର ନିଜ ହାଉସଫିଲ-୫ର ରିଭ୍ୟୁ ନେଇଥିଲେ।
View this post on Instagram
ସେହିପରି କିଛି ଲୋକେ ତାଙ୍କୁ ଏକ ସାଧାରଣ ବ୍ଲଗର ଭାବି ନିଜର ପ୍ରତିକ୍ରିୟା ଦେଇଥିଲେ ଏବଂ ଫିଲ୍ମର ପ୍ରଶଂସା କରିଥିଲେ। ବର୍ତ୍ତମାନ ଏହାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ନିଜର କମେଣ୍ଟ କରୁଛନ୍ତି। ଏଥିସହ ଲୋକେ ଅକ୍ଷୟ କୁମାରଙ୍କ ଏହି ପ୍ୟାସନକୁ ସଲାମ କରିଛନ୍ତି।