fbpx
BSKY SKY
BSKY SKY

ଚର୍ଚ୍ଚାରେ ‘ମିଶନ ରାନୀଗଞ୍ଜ’ର ଟ୍ରେଲର, ଇନଷ୍ଟାଗ୍ରାମରେ ଭିଡିଓ ସେୟାର କଲେ ଅକ୍ଷୟ କୁମାର

BSKY

ମୁମ୍ବାଇ : ଅକ୍ଷୟ ଏବଂ ପରିଣୀତି ଚୋପଡାଙ୍କ ଆଗାମୀ ଫିଲ୍ମ ହେଉଛି ‘ମିଶନ ରାନୀଗଞ୍ଜ’ । ଫିଲ୍ମକୁ ନେଇ ଏବେ ଦୁଇ କଳାକାର ଚର୍ଚ୍ଚାରେ । ଏହି ଫିଲ୍ମ ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମର ପୋଷ୍ଟର, ମୋସନ ପୋଷ୍ଟର ଏବଂ ଟିଜର ମଧ୍ୟ ରିଲିଜ ହୋଇଛି । ଦୁଇ କଳାକାର ଏବେ ଫିଲ୍ମ ପ୍ରମୋସନରେ ଲାଗିଛନ୍ତି । ଏହା ମଧ୍ୟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି । ଟ୍ରେଲରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାର ଟ୍ରେଲର ଦେଖିବା ପରେ ଆପଣଙ୍କୁ ମଧ୍ୟ ଭୟ ଲାଗିବ ।

ଅକ୍ଷୟ କୁମାର ଏହାର ଟ୍ରେଲର ରିଲିଜ କରିବା ପରେ ତାଙ୍କ ଇଷ୍ଟାଗ୍ରାମରେ ଲେଖିଥିଲେ, “ସରଦାର ଯଶବନ୍ତ ସିଂ ଗିଲ ଏହି ଟ୍ରେଲର ଆପଣଙ୍କ ସୃତିରେ ଏବଂ ଆପଣଙ୍କ ସାହାସିକତା ପାଇଁ । ଆପଣଙ୍କ ସାହସକୁ ସଲାମ କରି ଏହି ଟ୍ରେଲର ରିଲିଜ କରାଯାଇଛି । ମ‘ମିଶନ ରାନୀଗଞ୍ଜ’ ୬ ଅକ୍ଟୋବରରେ ସିନେମା ଘରେ ମୁକ୍ତିଲାଭ କରିବ ।” ଏହାର ଟ୍ରେଲରେ ଦେଖିବାକୁ ମିଳିଛି କିପରି କୋଇଲା ଖଣିରେ ପାଣି ପଶି ଯାଉଛି ଏବଂ ଅନେକ କର୍ମଚାରୀ ସେଥିରେ ଫସି ରହୁଛନ୍ତି । ଏହା ପରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ଦେଖିବାକୁ ମିଳୁଛି ଏବଂ ଏହା ପରେ ସେ ତାଙ୍କ ବୁଦ୍ଧି ଦ୍ୱାରା ଏହି କର୍ମଚାରୀମାନଙ୍କୁ ଉଦ୍ଧାର କରୁଛନ୍ତି । ଏହା ପରେ ସେ ନିଜେ ମାଇନ୍ସ ଭିତରକୁ ଯାଇ କର୍ମଚାରୀମାନଙ୍କୁ ଉଦ୍ଧାର କରୁଛନ୍ତି ।

ଟ୍ରେଲରରେ ଏହା ମଧ୍ୟ କୁହାଯାଉଛି ଭାରତରେ ଏପରି ପ୍ରଥମ ଥର ହୋଇଥିଲା, ପାଣିରେ ଫଶି ରହିଥିବା କର୍ମଚାରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଟ୍ରେଲରେ ପରିଣିତି ଚୋପ୍ରା ମଧ୍ୟ ଦେଖିବାକୁ ମିଳିଛି । ସେ ଏହି ଫିଲ୍ମରେ ଅକ୍ଷୟକୁମାରଙ୍କ ପତ୍ନୀ ହୋଇଛନ୍ତି । ଏହି ଟ୍ରେଲର ଦେଖିବା ପରେ ଆପଣ ମଧ୍ୟ ଇମୋସନାଲ ହୋଇଯିବେ । ଏହି ଫିଲ୍ମରେ ଅକ୍ଷୟକୁମାର ପୁଣିଥରେ ସରର୍ଦ୍ଦାର ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ଅକ୍ଷୟ କୁମାର ଯଶବନ୍ତ ସିଂ ଗିଲ ରୋଲରେ ନଜରକୁ ଆସିବେ । ୧୯୮୯ରେ ହୋଇଥିବା ବନ୍ୟାରେ ପାଣି କିପରି କୋଇଲା ଖଣିରେ ପଶିଥିଲା ଏବଂ ସେଠାରେ କର୍ମଚାରୀମାନେ କାମ କରୁଥିଲେ, ଏବଂ ସେହି ୬୪ କର୍ମଚାରୀଙ୍କୁ କିପରି ଉଦ୍ଧାର କରାଗଲା ତାହା ଉପରେ ଆଧାରିତ । ଏହି କାର୍ଯ୍ୟ ପାଇଁ ଯଶବନ୍ତ ସିଂଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା । ଯଶବନ୍ତ ସିଂ ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.