fbpx

ଖରାପ ପାଣିପାଗ କାରଣରୁ ଆଲାସ୍କାରେ ବିମାନ ଦୁର୍ଘଟଣା, ସମସ୍ତେ ମୃତ

ଆଲାସ୍କା: ଆମେରିକାର ଆଲାସ୍କାରେ ଖରାପ ପାଣିପାଗ ଯୋଗୁଁ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ରହିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଗୋଟିଏ ବିମାନ ଏମଏଚ୍-୬୦ ଜେହାକ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା । ଏହି ସମୟରେ ଖରାପ ପାଣିପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତି ୧୧ଟା ୨୦ ମିନିଟ୍ ସମୟରେ ଘଟିଥିଲା । ବିମାନଟି କେଟଚିକାନ୍ ପାଖରେ ମିସ୍ଟୀ ଜାଡର୍ସ ନ୍ୟାସନାଲ୍ ମନ୍ୟୁମେଣ୍ଟ୍ କ୍ଷେତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ କେହି ବି ଜୀବିତ ନାହାନ୍ତି । ଏଥିରେ ଥିବା ୬ଜଣ ପ୍ରାଣ ହରାଇଛନ୍ତି । ଏହା ଘଟିବା ସମୟରେ ଚାରିପଟ ଧୂଆଁପୂର୍ଣ୍ଣ ହୋଇଥିବା ବେଳେ ବର୍ଷା ମଧ୍ୟ ହେଉଥିଲା । ବିମାନଟି ନିଖୋଜ ହୋଇଯିବାରୁ କୋଷ୍ଟ ଗାର୍ଡ ଏବଂ ଆଲାସ୍କା ଷ୍ଟେଟ୍ ଟ୍ରୁପର୍ସ ମାନେ ମିଶି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କ ପରିଚୟ ସାର୍ବଜନୀକ କରାଯାଇନାହିଁ ।

Get real time updates directly on you device, subscribe now.