ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୂଆ ଉପାୟରେ ଚୋରା ମଦ କାରବାର । କୋଲ୍ଡଡ୍ରିଙ୍କ ବୋତଲରେ ଦେଶୀ ମଦ ଚାଲାଣ ।
ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ପୋଲିସ । ଅଭିନବ ଉପାୟରେ ଦେଶୀ ମଦ ଚାଲାଣ କରୁଛନ୍ତି ବ୍ୟବସାୟୀ ।
ବରମୁଣ୍ଡାର ଘଟିକିଆର ଏକ ଦୋକାନରୁ ବିଭାଗ ଠାବ ହୋଇଛି ଥଣ୍ଡା ବୋତଲରେ ଥିବା ଦେଶୀ ମଦ । ଘଟଣାରେ ୨ ଜଣଙ୍କୁ ଗିରଫ ପରେ ଥଣ୍ଡା ମଦ ବୋତଲକୁ ଜବତ କରାଯାଇଛି ।
ଏହାର ଏକ କୋଡ୍ ୱାର୍ଡ ଥିଲା । ଦେଶୀ କୋଲ୍ଡ ଡ୍ରିଙ୍କ ମାଗିଲେ ହାତକୁ ବଢ଼େଇ ଦିଅନ୍ତି ଦୋକାନୀ ।
ପୋଲିସକୁ ଚକମା ଦେବା ଲାଗି ମଦ ତିଆରି କରୁଥିବା ଲୋକ ଓ ବ୍ୟବସାୟୀ ଏହି ନୂଆ ଉପାୟ ପାଞ୍ଚିଛନ୍ତି ।