ପଞ୍ଚାୟତ ନିର୍ବାଚନ ବେଳେ ମଦ ବନ୍ୟା, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଛି । ତେବେ ପଞ୍ଚାୟତ ନିର୍ବାଚନ ବେଳେ ମଦ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି । ୩ ଲକ୍ଷ ୮୮ ହଜାର ଲିଟରରୁ ଅଧିକ ମଦ ଜବତ ହୋଇଛି । ବାଲେଶ୍ୱରରୁ ସର୍ବାଧିକ ଲିଟର ମଦ ଜବତ ହୋଇଥିବା ଜଣାପଡିଛି ।

ଜାନୁଆରୀ ୧୯ରୁ ଫେବ୍ରୁଆରୀ ୧୮ ସୁଦ୍ଧା ମଦ ଜବତ ହୋଇଛି । ୨ ହଜାର ୩୧୦ ଗ୍ରାମ ଡ୍ରଗ୍ସ ଓ ୩୮ଟି ମାରଣାସ୍ତ୍ର ଜବତ ହୋଇଛି । ୨୮ ହଜାର ୭୭୭ ଜଣଙ୍କ ନାଁରେ ହୋଇଛି ମାମଲା । ୧ ହଜାର ୯୦୭ ଜଣଙ୍କୁ ଗିରଫ କରାଯାଇଛି ।