fbpx

କେଦାରନାଥରେ ଆଉ ଫଟୋ କି ରିଲ୍ସ କରିପାରିବେ ନାହିଁ, ଭିଆଇପି ଦର୍ଶନ ଉପରେ ବି ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇସାରିଛି । ୧୦ ମେ ରେ କେଦାରନାଥ, ଯମୁନୋତ୍ରୀ ଏବଂ ଗଂଗୋତ୍ରୀର କବାଟ ଖୋଲାଯାଇଥିଲା । ସେହିପରି ୧୨ ମାର୍ଚ୍ଚରେ ବଦ୍ରିନାଥର କବାଟ ଖୋଲାଯାଇଛି । ଏହାପରେ ଲଗାତାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା କରୁଛନ୍ତି । ଚାରିଧାମର ଯାତ୍ରା ପାଇଁ ଏପର୍ଯ୍ୟନ୍ତ ୨୬ ଲକ୍ଷରୁ ଅଧିକ ଲୋକ ରେଜିଷ୍ଟ୍ରେସନ କରିସାରିଛନ୍ତି । ଚାରିଧାମର ଯାତ୍ରା ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ କରିଥିବା ୪ ଜଣଙ୍କର ଡାଇବେଟିସ ସହ ବ୍ଲଡ ପ୍ରେସରର ଯୋଗୁଁ ମୃତ୍ୟୁ ଘଟିଛି । ଅନେକ ଶ୍ରଦ୍ଧାଳୁ ଏପରି ଅଛନ୍ତି ଯେଉଁମାନେ ବିନା ରେଜଷ୍ଟ୍ରେସନରେ ଚାରିଧାମର ଯାତ୍ରା ବା କେବଳ କେଦାରନାଥ ଏବଂ ବଦ୍ରିନାଥର ଦର୍ଶନ ପାଇଁ ଯାଉଛନ୍ତି । ଏଥିପାଇଁ ଚାରିଧାମ ଯାଉଥିବା ରାସ୍ତା ଅଧିକ ଭିଡ ହେଉଛି ।

ଏହାରି ମଧ୍ୟରେ ଚାରିଧାମ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟ ସଚିବ ରାଧା ରତୁଡୀ ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ଭିଡକୁ ଦେଖି ଭିଆଇପି ଦର୍ଶନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ୩୧ ମେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏତିକି ନୁହେଁ ଚାରିଧାମ ମନ୍ଦିରରେ ଭିଡିଓଗ୍ରାଫି, ଫଟୋଗ୍ରାଫି ବା ରିଲ୍ସ କରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ଆଦେଶାନୁସାରେ, ଚାରିଦାମ ମନ୍ଦିରର ୫୦ ମିଟର ଅବଧିରେ ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା, ଭିଡିଓଗ୍ରାଫି କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପର୍ଯ୍ୟଟନ ସଚିବ ଏବଂ ଗଢବାଲ ଡିଭିଜନର କମିଶନର, ଡିଏମ ତଥା ଏସପିଙ୍କୁ ମଧ୍ୟ ଏହି ବାବଦରେ ଆଦେଶ ଜାରି କରାଯାଇଛି । ଯଦି ଶ୍ରଦ୍ଧାଳୁମାନେ ୫୦ ମିଟର ଅବଧିରେ ଭିଡିଓ କିମ୍ବା ରିଲ୍ସ କରନ୍ତି ତେବେ ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.