fbpx

ସାବଧାନ୍ ! ଗୁଗୁଲରେ ଭୁଲରେ ବି ସର୍ଚ୍ଚ କରନ୍ତୁ ନାହିଁ ପର୍ଣ୍ଣ ସାଇଟ୍, ସୃଷ୍ଟି ହୋଇପାରେ ବଡ଼ ସମସ୍ୟା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କ’ଣ ଆପଣ ବି କିଛି ପର୍ସନାଲ ସର୍ଚ୍ଚ କରିବା ପାଇଁ ଗୁଗୁଲ କ୍ରୋମର ଇନକୋନିଟୋ ମୋଡ୍ ବ୍ୟବହାର କରନ୍ତି କି? ତେଣୁ ଏହି ଖବରକୁ ଭଲଭାବେ ପଢ଼ନ୍ତୁ । ବାସ୍ତବରେ ଗୁଗୁଲ ବିରୋଧରେ ଏକ ମାମଲା ଜଣାପଡିଛି ଯେ କମ୍ପାନୀ ଇନକୋନିଟୋ ମୋଡରେ ବି ଆମର ସର୍ଚ୍ଚ ହିଷ୍ଟ୍ରିକୁ ଟ୍ରାକ୍ କରିଥାଏ । ଗୁଗୁଲ ଚୁପଚାପ୍ ନିଜର ଇନକୋନିଟୋ ମୋଡ୍ ର ପେଜରେ ଦିଆଯାଇଥିବା ଡାଟାକୁ ବଦଳାଇଦେଇଛି, ଯେଉଁଥିରୁ ଚିନ୍ତା ଜନ୍ମ ନେଉଛି କି ଏବେ ପ୍ରାଇଭେଟ୍ ବ୍ରାଉଜିଂ ପ୍ରାଇଭେଟ୍ ରହିନାହିଁ ।

ଗୁଗୁଲ୍ କ୍ରୋମର ଇନକୋନିଟୋ ମୋଡ୍ ବ୍ରାଉଜର୍ ହିଷ୍ଟ୍ରିକୁ ସେଭ୍ କରୁନଥିବା ଏକ ପ୍ରାଇଭେଟ୍ ୱେବ୍ ସର୍ଫ୍ କରିବାର ଏକ ଫାଷ୍ଟ୍ ଉପାୟ । ସାଧାରଣତଃ ଲୋକମାନେ ଇନକୋନିଟୋ ମୋଡରେ ଏଥିପାଇଁ ସର୍ଚ୍ଚ କରନ୍ତି, ଯାହାଦ୍ୱାରା ସେମାନଙ୍କର ଗୋପନୀୟତା ସୁରକ୍ଷିତ ରହିଥାଏ ଏବଂ କୌଣସି ଥାର୍ଡ ପାର୍ଟି ୱେବସାଇଟ୍ ସେମାନଙ୍କୁ ଟ୍ରାକ୍ କରିପାରିନଥାଏ । କିନ୍ତୁ ଗୁଗୁଲ୍ ଲୋକଙ୍କୁ ପ୍ରତାରଣା କରୁଛି ।

ଗୁଗୁଲ ୨୦୨୦ ରୁ ୫ ବିଲିୟନ ଡଲାରର ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଛି, ଯେଉଁଠାରେ ଏକ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ କ୍ରୋମ ବ୍ରାଉଜର ଗୁପ୍ତ ଭାବରେ ତଥ୍ୟ ଟ୍ରାକ୍ କରୁଛି । ଯଦିଓ କମ୍ପାନୀ ଏହାକୁ କୋର୍ଟରେ ସ୍ୱୀକାର କରିନଥିଲା, ଗୁଗୁଲ ଶେଷରେ ଅଭିଯୋଗକାରୀଙ୍କୁ ଅର୍ଥ ପ୍ରଦାନ କରି ମାମଲା ସମାଧାନ କରିଥିଲା । ଲାଗୁଥିଲା ଯେ ଗୁଗୁଲ ଏହି ମାମଲାକୁ ଯଥାଶୀଘ୍ର ବନ୍ଦ କରିବାକୁ ଚାହୁଁଛି, ସେଥିପାଇଁ କଥା ଆଗକୁ ନବଢ଼ାଇ କୌଣସି ଦୋଷ ସ୍ୱୀକାର ନକରି ୫ ବିଲିୟନ ଡଲାର କ୍ଷତିପୂରଣ ଦେଇଛି । ଭବିଷ୍ୟତରେ ଏହା ଉପରେ କୌଣସି ଆଇନଗତ ଲଢ଼େଇକୁ ଏଡାଇବା ପାଇଁ କମ୍ପାନୀ ବର୍ତ୍ତମାନ ପଦକ୍ଷେପ ନେଉଛି ।

ଏଭଳି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ କମ୍ପାନୀ ସ୍ପଷ୍ଟ ଭାବରେ ସ୍ୱୀକାର କରୁଛି ଯେ ଯଦି ଆପଣ ଇନକୋନିଟୋ ମୋଡରେ କିଛି ବ୍ରାଉଜ୍ କରନ୍ତି, ତେବେ ଗୁଗୁଲ ମଧ୍ୟ ଏହାକୁ ଟ୍ରାକ୍ କରିପାରିବ । ଏହି ମୋଡର ଗୋପନୀୟତାକୁ ଉନ୍ନତ କରିବା ପରିବର୍ତ୍ତେ କମ୍ପାନୀ ଡିସ୍କ୍ରିପ୍ସନକୁ ଅପଡେଟ କରିବାକୁ ନିଷ୍ପତ୍ତି ନେଇଛି, ଯାହା ସ୍ପଷ୍ଟ କରେ ଯେ ଏହାର ପ୍ରାଇଭେଟ୍ ମୋଡ୍ ସେତେ ପ୍ରାଇଭେଟ୍ ନୁହେଁ ଯେତେ ଲୋକମାନେ ଭାବୁଛନ୍ତି ।

Get real time updates directly on you device, subscribe now.