fbpx

ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ

Advertisement

ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩ ଗୁଣ ବଡ । ଭାରତ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ଓ ଆମେରିକାର ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଏହି ଗ୍ରହର ଘନତ୍ୱକୁ ସଠିକ୍ ରୂପରେ ମାପିବା ଲାଗି ମାଉଣ୍ଟ ଆବୁ ଗୁରୁଶିଖର ଅନୁସନ୍ଧାନ କେନ୍ଦ୍ର ଠାରେ ସ୍ୱଦେଶୀ ନିର୍ମିି ପିଆରଏଲ୍ ଆଡଭାନ୍ସଡ୍ ରେଡିଆଲ୍ ଭେଲୋସିଟି ଆବୁ ସ୍କାଏ ସର୍ଚ୍ଚ ସ୍ପେକ୍ଟୋଗ୍ରାଫ(ପିଏଆରଏଏସ୍)ର ଉପଯୋଗ କରିଛନ୍ତି । ଏହାର ଘନତ୍ୱ ୧୪ଜି/ସିଏମ୍ ୩ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତର ପିଆରଏଲ୍ ବୈଜ୍ଞାନିକଙ୍କ ଦ୍ୱାରା ସନ୍ଧାନ କରାଯାଇଥିବା ଏହା ତୃତୀୟ ଏକ୍ସୋପ୍ଲାନେଟ୍ । ତେବେ ଏହି ବୃହତ୍ ଗ୍ରହ ବିଷୟରେ ବିସ୍ତୃତ ବିବରଣୀ ଜ୍ୟୋତିଃବିଜ୍ଞାନ ପୁସ୍ତକରେ ରହିଛି । ଏହି ନୂଆ ଗ୍ରହ ଟିଓଆଇ୪୬୦୩ କିମ୍ବା ଏଚଡି ୨୪୫୧୩୪ ନାମକ ଏକ ତାରାକୁ ପରିକ୍ରମା କରୁଛି । ନାସା ପୂର୍ବରୁ ଏହି ତାରକାର ପ୍ରକୃତି ବିଷୟରେ ଘୋ:ଣା କରିଥିଲା । କିନ୍ତୁ ଏବେ ଏହାର ଗ୍ରହ ରହିଥିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି ଓ ଏହାର ନାମ ଟିଓଆଇ ୪୬୦୩ବି କିମ୍ବା ଏଚଡି ୨୪୫୧୩୪ବି ରହିଛି ।

ଏହି ଗ୍ରହ ପୃଥିବୀ ଠାରୁ ୭୩୧ ପ୍ରକାଶ ବର୍ଷ ଦୂରତାରେ ରହିଛି ଓ ଏହା ପ୍ରତି ୭.୨୪ ଦିନରେ ନିଜ ତାରାକୁ ପରିକ୍ରମା କରିଥାଏ । ଏହି ଗ୍ରହରେ ତାପମାତ୍ରା ୧୩୯୬ ଡିଗ୍ରୀ ରହିଛି ଓ ଏହା ବହୁତ ଉତ୍ତପ୍ତ ଗ୍ରହ । ଇସ୍ରୋ କହିଛି ଏହି ଗ୍ରହର ଘନତ୍ୱ ବୃହସ୍ପତିର ଘନତ୍ୱ ଠାରୁ ୧୧ରୁ ୧୬ ଗୁଣ ଅଧିକ ରହିଛି । ତେବେ ସୌର ମଣ୍ଡଳ ବାହାରେ ବୈଜ୍ଞାନିକମାନେ ୫୦୦୦ରୁ ଅଧିକ ଏକ୍ସୋପ୍ଲାନେଟ୍ର ସନ୍ଧାନ କରିପାରିଛନ୍ତି ଓ ଏମାନଙ୍କ ପ୍ରକୃତି, ପରିବେଶ, ଆକାର, ପ୍ରକାର ସବୁକିଛି ଅଲଗା ଅଲଗା ରହିଛି ।

 

Get real time updates directly on you device, subscribe now.