fbpx

ବ୍ୟାଟେରୀ ଦ୍ୱାରା ପରିଚାଳିତ ମାନବ, ସତ ଜାଣିଲେ ଆପଣ ବି ଚକିତ ହୋଇଯିବେ

Advertisement

ନୂଆଦିଲ୍ଲୀ:ବ୍ୟାଟେରୀରେ ଯନ୍ତ୍ର ଚାଲିବା କଥା ଆପଣ ତ ଜାଣିଛନ୍ତି କିନ୍ତୁ ଜଣେ ମଣିଷ ଏକ ବ୍ୟାଟେରୀ ସେଟ୍ ଦ୍ୱାରା ପରିଚାଳିତ ହେବା କଥା ନିଶ୍ଚୟ ନୂଆ ଅଟେ । ମାସାଚୁସେଟସ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଏବେ ଆଶ୍ଚର୍ଯ୍ୟଜନକ ଜୀବନ ଜୀଉଁଛନ୍ତି । ସୋଫିଆ ଏକ ବିରଳ ହାର୍ଟ ରୋଗରେ ଶିକାର ହୋଇଛନ୍ତି ଯେଉଁ କାରଣରୁ ତାଙ୍କ ପଲ୍ସ ଚାଲିବା ବନ୍ଦ ହୋଇଯାଇଛି ।

ଏପରି ସ୍ଥିତିରେ ଆଡଭାନ୍ସଡ୍ ମେଡିକାଲ ଟ୍ରିଟମେଣ୍ଟ (ଏଲଭିଏଡି ନାମକ ଲାଇଫ୍ ସେଭିଂ ଡିଭାଇସ୍‌) ଉପରେ ବଞ୍ଚିଥିବା ସୋଫିଆ ଏବେ ବ୍ୟାଟେରୀ ଦ୍ୱାରା ଚାଲୁଥିବା ମାନବ ଭାବରେ ବିବେଚିତ । କାନ୍ଥରେ ବିଭିନ୍ନ ମେଡିକାଲ୍ ଇନଷ୍ଟ୍ରୁମେଣ୍ଟ ଖଞ୍ଜି ଦିଆଯାଇଛି ଓ ସେଥିସହିତ ତାଙ୍କୁ ସଂଯୋଗ କରିଦିଆଯାଇଛି । ସେ ଏବେ ନିଜର ନିତ୍ୟକର୍ମ ବି ନିଜେ କରିପାରୁଛନ୍ତି । ଘରୁ ବାହାରିବାକୁ ହେଲେ ସେ ନିଜର ଏହି ଏଲଭିଏଡି ସେଟ୍‌କୁ ନିଜ ଶରୀରରେ ଲାଗିଥିବା ବ୍ୟାଟେରୀ ସହ ସଂଯୋଗ କରିଥାନ୍ତି । ଏହା ସହିତ ସେ ନିଜ ସାଥିରେ ଏକ ସେଟ୍ ବ୍ୟାଟେରୀ କ୍ୟାରି କରିଥାନ୍ତି । ସେ ନିଜର ଏପରି ଅଭିନବ ଜୀବନ ଉପରେ ଟିକ୍ ଟକ୍‌ରେ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରିଛନ୍ତି ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ।

ସୋଫିଆଙ୍କର ଇରିଭର୍ସିବଲ ଡିଲେଟେଡ୍ କାର୍ଡିଓମାଓପାଥି ଟ୍ରିଟମେଣ୍ଟ ହୋଇଛି । ଏହି ରୋଗରେ ବ୍ୟକ୍ତିଙ୍କର ହାର୍ଟ କାମ କରିବା ବନ୍ଦ କରି ଦେଇଥାଏ । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ସୋଫିଆ ଏହିପରି ବ୍ୟାଟେରୀ ସେଟ୍ ଉପରେ ନିର୍ଭର କରି ହିଁ ଜୀବିତ ରହିବେ ।

Get real time updates directly on you device, subscribe now.