fbpx

କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କର ଆଉ ଏକ ନିଷ୍ପତ୍ତି: ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୨୪ା୩: ଦିନକୁ ଦିନ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ ଏପ୍ରିଲ ୩୦ ଯାଏ ଭାରତରୁ ବିଦେଶକୁ କୌଣସି ନିୟମିତ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ । ତେବେ ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଉପରେ ଲାଗୁ ହେବ ନାହିଁ । ଘରୋଇ ବିମାନ ସେବା ପୂର୍ବ ଭଳି ଚାଲୁ ରହିବ, କିନ୍ତୁ ବିମାନରେ ସମସ୍ତେ କଟକଣା ମାନିବେ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ ୨୩ରୁ କରୋନା ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରାଯାଇଥିଲା । ସେବେଠାରୁ ସରକାର ଏହାକୁ ପର୍ଯ୍ୟାୟକ୍ରମେ କଟକଣା ବୃଦ୍ଧି କରି ଆସୁଛନ୍ତି ।

Get real time updates directly on you device, subscribe now.