ନୂଆଦିଲ୍ଲୀ: ‘ଭଗବାନ ଭେଙ୍କଟେଶ୍ୱର ନିବାସ ତିରୁମାଲାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାର ହିନ୍ଦୁ ହେବା ଜରୁରୀ’ ବୋଲି ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମ(TTD) ବୋର୍ଡ଼ର ନୂତନ ଅଧ୍ୟକ୍ଷ ବି ଆର ନାଇଡୁ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ କି ଏହି ପ୍ରସଙ୍ଗରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥାବାର୍ତ୍ତା କରିବେ କି ତିରୁମାଲାରେ କାର୍ଯ୍ୟରତ ଥିବା ଅନ୍ୟ ଧର୍ମର କର୍ମଚାରୀଙ୍କ ବିଷୟରେ କ’ଣ ନିଷ୍ପତ୍ତି ନିଆଯିବ ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବି ଆର ନାଇଡୁ କହିଥିଲେ କି ତିରୁମାଲାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ହିନ୍ଦୁ ହେବା ଜରୁରୀ । ଏହା ମୋର ପ୍ରଥମ ପ୍ରୟାସ । ଏଥିରେ ଅନେକ ପ୍ରସଙ୍ଗ ରହିଛି ଯାହା ଉପରେ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ । ଏନେଇ ସେ ଶ୍ରୀ ନାଇଡୁଙ୍କ ସହ କଥାବାର୍ତ୍ତା କରିବେ କି ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଅନ୍ୟ ସରକାରୀ ବିଭାଗ ପଠାଯିବା କିମ୍ବା ଭିଆରଏସ୍ ଦିଆଯିବା ଉଚିତ । ପ୍ରଭୁ ଭେଙ୍କଟେଶ୍ୱରଙ୍କ ବଡ଼ ଭକ୍ତ ବୋଲି କହିଛନ୍ତି ଶ୍ରୀ ନାଇଡୁ । TTD ବୋର୍ଡ଼ର ଅଧ୍ୟକ୍ଷ ଭାବେ ଚୟନ କରାଯିବା ତାଙ୍କ ସୌଭାଗ୍ୟ ବୋଲି ସେ କହିଛନ୍ତି । ତାଙ୍କୁ ଏହି ବଡ଼ ଦୟିତ୍ୱ ଦେଇଥିବାରୁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଖିଛନ୍ତି । ଅପରପକ୍ଷରେ ସେ ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କୁ ଟାର୍ଗେଟ କରି କହିଥିଲେ କି YSR କଂଗ୍ରେସ ସରକାର ଅଧୀନରେ ତିରୁମାଲାରେ ଅନେକ ଅନିୟମିତା ଦେଖାଦେଇଥିଲା । ତିରୁମାଲା ତିରୁପତି ମନ୍ଦିରର ପବିତ୍ରତା ବଜାୟ ରଖାଯିବା ଉଚିତ । କହିରଖୁଛୁ ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦମ ବିବାଦକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏଥିପାଇଁ ଜଗନ ମୋହନ ରେଡ୍ଡୀ ସରକାର ଦାୟୀ ବୋଲି ଶ୍ରୀ ନାଇଡୁ କହିଥିଲେ ।