All England Open Badminton Championships: ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେଲେ ପିଭି ସିନ୍ଧୁ, ଭାଙ୍ଗିଗଲା ଟାଇଟଲର ସ୍ୱପ୍ନ

ଅଲ ଇଂଲଣ୍ଡ ବ୍ୟାଟମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ବ୍ୟାଟମିଣ୍ଟନର ଷ୍ଟାର ଖେଳାଳି ପିଭି ସିନ୍ଧୁ ପରାଜୟର ଶିକାର ହୋଇଛନ୍ତି।

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ଏବଂ ଦୁଇଥର ଅଲମ୍ପିକ ପଦକର ବିଜେତା ପିଭି ସିନ୍ଧୁଙ୍କୁ ଅଲ୍ ଇଣ୍ଡିଆ ବ୍ୟାଡମିଣ୍ଟନ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେବାକୁ ପଡିଛି।

ଏହି ମ୍ୟାଚରେ ସେ କୋରିୟାର କିମ ଗା ୟୁନଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିବା ପରେ ମଧ୍ୟ ତିନି ନଂ ମ୍ୟାଚରେ ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।

ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଲା ମୁକାବିଲା: ଗୋଡ଼ରେ ଆଘାତ ଲାଗିବା ପରେ ମଇଦାନକୁ ଫେରିଥିବା ୨୯ ବର୍ଷୀୟ ପିଭି ସିନ୍ଧୁଙ୍କୁ ଏଆର୍ନା ବର୍ମିଂହାମରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ମ୍ୟାଚରେ ବିଶ୍ୱର ୨୧ତମ ଖେଳାଳି କିମଙ୍କ ବିପକ୍ଷରେ ୨୧-୧୯. ୧୩-୨୧, ୧୩-୨୧ରେ ପରାଜିତ ହେବାକୁ ପଡିଛି।

ସିନ୍ଧୁ ଏହା ପୂର୍ବରୁ କିମଙ୍କୁ ୨୦୧୯ରେ ହଙ୍ଗକଙ୍ଗ ଓପେନରେ ଏକମାତ୍ର ମୁକାବିଲାରେ ପରାଜିତ କରିଥିଲେ। ତେବେ ଏହି ମ୍ୟାଚରେ ସିନ୍ଧୁ ବରାବର କରିବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଥିଲେ।