fbpx

ଏକା ସାଥୀରେ ଇସ୍ଥଫା ଦେଲେ ସମସ୍ତ ମନ୍ତ୍ରୀ: ରାଜସ୍ଥାନ କଂଗ୍ରେସରେ ବଢୁଛି ଗେହଲଟଙ୍କ ଅଡୁଆ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର କନ୍ଦଳ ଥମିବାର ନାମ ନେଉନାହିଁ । ଶୁକ୍ରବାର ୩ ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଶନିବାର ଦିନ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ସମାପ୍ତ ହେବା ପରେ ଏକାସାଥୀରେ ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ରାଜସ୍ଥାନ କଂଗ୍ରେସ ମୁଖ୍ୟ ତଥା ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଡଟାସୋରା ଦଳୀୟ କନ୍ଦଳକୁ ଅସ୍ୱୀକାର କରିଛନ୍ତି ।
ମନ୍ତ୍ରୀମଣ୍ଡଳକୁ ଆଉଥରେ ସଂପ୍ରସାରିତ କରାଯିବା ପାଇଁ ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଥିବା କୁହାଯାଇଛି । ଏହା ସହିତ ଆସନ୍ତା କାଲି ରାଜସ୍ଥାନ ପିସିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପାଇଲଟ ଗୋଷ୍ଠୀର ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.