ଅର୍ଦ୍ଧସାମରିକ ବାହିନୀର ବାତିଲ ହେଲା ଛୁଟି, ଅନ୍ତର୍ଜାତୀୟ ବର୍ଡରରେ ହାଇ ଆଲର୍ଟ
ଗୃହମନ୍ତ୍ରାଳୟ ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟିକୁ ରଦ୍ଧ କରିଛି
ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ, ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରାଯାଇଛି।
ଗୃହ ମନ୍ତ୍ରଣାଳୟ ସୂତ୍ରରୁ ଏହି ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଅର୍ଦ୍ଧସାମରିକ ବାହିନୀର ଡିଜିମାନଙ୍କୁ ସୀମାରେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି।