fbpx

ଆସନ୍ତାକାଲି ଠାରୁ ଆରମ୍ଭ ବିଧାନସଭା ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଠାରୁ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଶାସକ ବିଜେପି, ବିରୋଧୀ ବିଜେଡ଼ି ଏବଂ କଂଗ୍ରେସର ପ୍ରତିନିଧିମାନେ ଯୋଗଦେବେ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିବେ ବାଚସ୍ପତି ସୁରମା ପାଢୀ ।

ତେବେ ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ । ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି । ଅଧିବେଶନରେ ମୋହନ ସରକାର ପ୍ରଥମ ବଜେଟ ଆଣିବାକୁ ଯାଉଛନ୍ତି । ନୂଆ ସରକାରକୁ ସଶକ୍ତ ବିରୋଧୀ ଥିବାରୁ ଏ ଅଧିବେଶନ ରୋଚକ ହେବ । ଏବେ ଠାରୁ ଏନେଇ ଉଷ୍ମତା ବାରି ହୋଇପଡିଲାଣି । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା ସହ ୨୫ ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ବଜେଟ ଆଗତ କରିବେ । ଅନ୍ୟପଟେ ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ । ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.