ବନ୍ଦ ହେବ ସମସ୍ତ ପ୍ରାଇଭେଟ୍ ଅଫିସ; କରୋନାକୁ ନେଇ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ରାଜଧାନୀରେ ସଂକ୍ରମଣ ହାର ୨୫% ବୃଦ୍ଧି ପାଇଥିବାରୁ ଚିନ୍ତାରେ ଦିଲ୍ଲୀବାସୀ । ଏହାକୁ ନେଇ ଦିଲ୍ଲୀର ଏଲଜି ଅନିଲ ବୈଜଲ ଡିଡିଏମଏଙ୍କ ସହିତ ବୈଠକ କରିସାରିଛନ୍ତି । ଏପରି ପରିସ୍ଥିତିରେ ହୋମ୍ ଆଇସୋଲେସନରେ ଥିବା କରୋନା ରୋଗୀଙ୍କ ଯୋଗ କ୍ଲାସ ପାଇଁ ଶିକ୍ଷକମାନଙ୍କୁ ନିାୟାଜିତ କରାଯାଉଛି ।

ଡିଡିଏମ ବୈଠକ ଓ ଚେତାବନୀ ପରେ ସେଠାରେ ଲଗାତାର କଟକଣାକୁ ଶକ୍ତ କରାଯାଉଛି । ଏହାରି ମଧ୍ୟରେ ଦିଲ୍ଲୀର ସମସ୍ତ ପ୍ରାଇଭେଟ ଅଫିସ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ନୂଆ ଗାଇଡଲାଇନ ଅନୁସାରେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ ଏବଂ ଅନଲାଇନ ବିତରଣକୁ ଅନୁମତି ଦିଆଯିବ।

ଦିଲ୍ଲୀରେ ଥିବା କୌଣସି ବାର୍ ବା ରେଷ୍ଟୁରାଣ୍ଟରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ‌ଘରକୁ ପାର୍ସଲ ନେବାକୁ ଅନୁମତି ଦିଆଯାଇଥିଲା। ଏହା ସହ ଲୋକେ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ ବୋଲି କୁହାଯାଇଥିଲା।

ତେବେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୬୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୬.୫% ବଢ଼ିଛି ସଂକ୍ରମଣ । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୪ ହଜାର ୨୧୩କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୩୩,୪୭୦ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୧୯,୨୮୯, ଦିଲ୍ଲୀରେ ୧୯,୧୬୬, ତାମିଲନାଡୁରେ ୧୩,୯୯୦, କର୍ଣ୍ଣାଟକରେ ୧୧,୬୯୮ ହଜାର ପଜିଟିଭ ମାମଲା ସାମ୍ନାକୁ ଆସିଛି ।