fbpx

ଶୀତରେ ପିଲାମାନଙ୍କୁ ବଡ଼ ଆଶ୍ବସ୍ତି ଦେଲେ ସରକାର, ସମସ୍ତ ଘରୋଇ ବିଦ୍ୟାଳୟ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବନ୍ଦ

ନୂଆଦିଲ୍ଲୀ: ସମଗ୍ର ଭାରତରେ ଏବେ ପ୍ରବଳ ଥଣ୍ଡା ଲାଗି ରହିଛି। ବିଶେଷ ଭାବେ ଉତ୍ତର ଭାରତରେ ଏହାର ପ୍ରଭାବ ଅଧିକ ରହିଛି। ଦିଲ୍ଲୀରେ ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ତା’ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଲୋକମାନେ ଯିବା ଆସିବାରେ ଅସୁବିଧାରେ ପଡୁଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଘରୋଇ ବିଦ୍ୟାଳୟକୁ ଜାନୁୟାରୀ ୧୫, ୨୦୨୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଥଣ୍ଡା ଏବଂ ଥଣ୍ଡା ଲହରୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ଦ୍ଦେଶାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ଦିଲ୍ଲୀର ଘରୋଇ ବିଦ୍ୟାଳୟ ଖୋଲିବାକୁ ଯାଉଥିଲା। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଏହି ଆଦେଶ ପରେ ଘରୋଇ ବିଦ୍ୟାଳୟର ପିଲାମାନେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଛୁଟି ପାଇବେ। ଅର୍ଥାତ୍, ବର୍ତ୍ତମାନ ପିଲାମାନେ ଆଉ ସାତ ଦିନ ଛୁଟି ପାଇଛନ୍ତି। ଦିଲ୍ଲୀର ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଏହି ଛୁଟି ଦିଆଯାଇଛି। ଘନ କୁହୁଡ଼ି ହେତୁ ପିଲାମାନେ ସ୍କୁଲ ଯିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Get real time updates directly on you device, subscribe now.