fbpx

ଗଞ୍ଜାମରେ କଡାକଡି ହେଲା କରୋନା କଟକଣା; ସବୁ ଧାର୍ମିକ ସ୍ଥଳ ରହିବ ବନ୍ଦ

ଗଞ୍ଜାମ, ୧୩ା୪ (ଓଡିଶା ଭାସ୍କର) : ଗଞ୍ଜାମରେ କଡାକଡି ହେଲା କରୋନା କଟକଣା । ବାହାର ରାଜ୍ୟରେ ଲକଡାଉନ୍ ହେବା ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ଯାହା ଫଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ନଜରରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକଣାକୁ ବଢ଼ାଇ ଦିଆଯାଇଛି । । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ଏପ୍ରିଲ୍ ୨୧ ତାରିଖ ଯାଏ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ମନ୍ଦିର ମାନଙ୍କରେ କେବଳ ନୀତି କାନ୍ତି କରାଯିବ । ଭକ୍ତ ମାନେ ଯାଇପାରିବେ ନାହିଁ କି ପୁଜାର୍ଚ୍ଚନା କରିପାରିବେ ନାହିଁ । ଏଥିସହିତ ବନ୍ଦ ସମୟରେ ବିଭିନ୍ନ ଜନଗହଳି ପୁର୍ଣ୍ଣ ସ୍ଥାନକୁ ସାନିଟାଇଜ୍ କରାଯିବ । ଆହୁରି ମଧ୍ୟ ଜିଲ୍ଳାର ସବୁ ପାର୍କ, ବେଳାଭୁମି, ପଡିଆ ଏବଂ ହ୍ରଦକୁ ମଧ୍ୟ କାଲିଠାରୁ ବନ୍ଦ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ସୁଚନା ଦେଇଛନ୍ତି ।

ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି । ତେଣୁ ବାହାର ରାଜ୍ୟରେ ରହି କାମ କରୁଥିବା ପ୍ରବାସୀ ମାନେ ଲକଡାଉନ୍ ଭୟରେ ନିଜ ନିଜ ଗାଁକୁ ଫେରୁଛନ୍ତି । ବାହାର ରାଜ୍ୟ ଯେପରି ମହାରାଷ୍ଟ୍ର, ଛତିଶଗଡ, ଗୁଜୁରାଟ ଆଦି ରାଜ୍ୟରୁ ପ୍ରବାସୀ ମାନେ ଫେରୁଛନ୍ତି । ଏହି ରାଜ୍ୟ ମାନଙ୍କରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣାକୁ କଡାକଡି କରିଛନ୍ତି ।

Get real time updates directly on you device, subscribe now.