fbpx

ଏହି ସ୍କୁଲର ସମସ୍ତ ପିଲା ପଜିଟିଭ୍, ସ୍ଥାନୀୟ ଅଞ୍ଚଳକୁ ପୁଣି ଫେରିଲା ଲକଡାଉନ୍

ଡେରାଡୁନ୍, ୧୫ା୩: ଦେଶରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି ।

ବାର୍ଲୋଗଞ୍ଜରେ ଥିବା ସେଣ୍ଟ ଜର୍ଜ ସ୍କୁଲର ୧୪ଟି ନୂଆ ମାମଲା ସାମନାକୁ ଆସିଛି । ଉକ୍ତ ଦୁଇ ଅଞ୍ଚଳରେ ଲକଡାଉନ୍ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍କୁଲର ଛାତ୍ର ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା କୋଭିଡ-୧୯ ନୋଡାଲ ଅଧିକାରୀ ଡାକ୍ତର ପ୍ରଦୀପ ରଣା ସୂଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ଜାରି ନହେବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଲକଡାଉନ କାଏମ୍ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.