fbpx

କୋଭିଡ୍ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ: ଏହି ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପରସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି । ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶ୍ରେଣୀର ପାଠପଢା ଆରମ୍ଭ କରାଯିବ । ସମସ୍ତ ସ୍କୁଲ, କଲେଜ, ୟୁନିଭର୍ସିଟି ଏବଂ ହଷ୍ଟେଲ ଗୁଡିକ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହା ସହିତ ଶିଶୁ ମାନଙ୍କ ପାଠପଢା ଆଉ ଏକ ସପ୍ତାହ ବିଳମ୍ବରେ ଆରମ୍ଭ କରାଯିବ । ଅର୍ଥାତ ୧୪ ଫେବୃୟାରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ ଆଇଟିଆଇ ଏବଂ ଅନ୍ୟାନ୍ୟ ସରକାରୀ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକ ମଧ୍ୟ ୭ ତାରିଖରୁ ଖୋଲାଯିବ । ଏହି ସମସ୍ତ ସଂସ୍ଥା ନିଜ ପାଇଁ ଏସଓପି ଚୟନ କରିବେ । ସାମାଜିକ ଦୂରତ୍ୱ ବଦଳରେ ଶାରୀରିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ପିଲା ମାନେ ଚାହିଁଲେ ଅନଲାଇନ, ଅଫଲାଇନ କିମ୍ବା ହାଇବ୍ରିଡ ମୋଡର ପାଠପଢା ବିକଳ୍ପ ଚୟନ କରିପାରିବେ । କେଜିରୁ ନବମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ହେବାକୁ ଥିବା ବେଳେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ସମାନ ପରୀକ୍ଷା ହେବ । ଏହି ଦୁଇଟି ଯାକ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ । ନିର୍ଦ୍ଧାରିତ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ କରାଯିବ । କରୋନା ନିୟମ ପାଳନ କରି ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ଆଗାମୀ ଦିନରେ ନିୟମିତ ଭାବରେ କ୍ଲାସ କରିବା ପାଇଁ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.