fbpx

ହୋଲି ପୂର୍ବରୁ ବାତିଲ୍ ହେଲା ସମସ୍ତ ଟ୍ରେନ୍: ଦେଖନ୍ତୁ ତାଲିକା

ହୋଲି ପୂର୍ବରୁ ଯଦି ଆପଣ କୌଣସି ଜାଗାକୁ ଟ୍ରେନ ଯୋଗେ ଯିବାକୁ ଚାହୁଁଥାନ୍ତି, ତେବେ ଗସ୍ତ ପୂର୍ବରୁ ଥରେ ଷ୍ଟାଟସ୍ ଯାଞ୍ଚ କରିନିଅନ୍ତୁ ।

ନୂଆଦିଲ୍ଲୀ, ୨୧ା୩: ହୋଲି ପୂର୍ବରୁ ଯଦି ଆପଣ କୌଣସି ଜାଗାକୁ ଟ୍ରେନ ଯୋଗେ ଯିବାକୁ ଚାହୁଁଥାନ୍ତି, ତେବେ ଗସ୍ତ ପୂର୍ବରୁ ଥରେ ଷ୍ଟାଟସ୍ ଯାଞ୍ଚ କରିନିଅନ୍ତୁ ।

ଭାରତୀୟ ରେଳବାଇ ପକ୍ଷରୁ ଅନେକ ଟ୍ରେନର ରୁଟ୍ ଓ ଟାଇମିଂରେ ପରିବର୍ତ୍ତନ କରାଯାଇଛି ।

ପଶ୍ଚିମ ରେଲୱେ ଅହମ୍ମଦାବାଦ ଡିଭିଜନର ଧ୍ରାଙ୍ଗଧ୍ରା-ସମାଖିଆଲୀ ବିଭାଗରେ ନନ୍-ଇଣ୍ଟରକ୍ଲିଂ କାର୍ଯ୍ୟ ଯୋଗୁଁ କିଛି ଟ୍ରେନକୁ ବାତିଲ ଓ ଆଉ କିଛି ଟ୍ରେନର ସମୟକୁ ପରିବର୍ତ୍ତନ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି ।

ମାର୍ଚ୍ଚ ୨୩ରେ ଯାତ୍ରା କରିବାକୁ ଥିବା ଟ୍ରେନ ନମ୍ବର ୦୪୩୧୧, ମାର୍ଚ୍ଚ ୨୩ ଓ ୨୪ରେ ଯାତ୍ରା କରିବାକୁ ଥିବା ଟ୍ରେନ ନମ୍ବର ୦୪୩୧୨କୁ ପରିବର୍ତ୍ତନ କରାଯାଇଛି ।

ସେହିପରି ଟ୍ରେନ ନମ୍ବର ୦୨୯୭୪କୁ ଅହମ୍ମଦାବାଦ ଓ ଗାନ୍ଧିଧାମ ମଧ୍ୟରେ ଆଂଶିକ ପରିବର୍ତ୍ତନ କରାଯାଇଛି ।

ଟ୍ରେନ ନମ୍ବର ୦୬୫୦୫ ଗାନ୍ଧିଧାମ୍ ଓ ଅହମ୍ମଦାବାଦ ମଧ୍ୟରେ ମାର୍ଚ୍ଚ ୨୩ରେ ବାତିଲ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.