ଅଦ୍ଭୂତ ସର୍ତ୍ତରେ ଦୁଷ୍କର୍ମକାରୀକୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ଦେଇଥିବା ନିର୍ଦ୍ଦେଶ ଏବେ ସବୁଠି ଚର୍ଚ୍ଚାରେ । ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜେଲରେ ଥିବା ବେଳେ ତାର ବେଲ ଆବେଦନ ବେଳେ କୋର୍ଟ ଏକ ଅଦ୍ଭୂତ ସର୍ତ୍ତରେ ଅଭିୟୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି, ପୀଡିତାକୁ ବାହା ହୋଇ ନବଜାତ ଶିଶୁର ଯତ୍ନ ନେବାକୁ ସର୍ତ୍ତ ରହିଛନ୍ତି କୋର୍ଟ ।

ଜଷ୍ଟିସ କୃଷ୍ଣ ପହଲଙ୍କ ଖଣ୍ଡପୀଠଙ୍କ ଖଣ୍ଡପୀଠକୁ ଏକ ମାମଲା ଆସିଥିଲା । ଜଣେ ନବାଳିକାର ଦୁଷ୍କର୍ମ ମାମଲା । ୟୁପିର ସାହରନ ପୁର ଜିଲ୍ଲାର ଜଣେ ନାବାଳିକା ସହ ଅଭିଯୁକ୍ତ ଦଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମରୁ ପୀଡିତା ଗର୍ଭବତୀ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବାକୁ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦେଇଥିଲା । ହେଲେ ୧୫ ବର୍ଷର ନାବାଳିକା ଗର୍ଭବତୀ ହୋଇଥିଲା । ଗର୍ଭ ନଷ୍ଟ କରିବାର ସମୟ ଅତିକ୍ରମ ହୋଇସାରିଥିବାରୁ ଆହ୍ଲାବାଦ ହାଇକୋର୍ଟ ମାମଲାରେ ଅଭିଯୁକ୍ତକୁ ପୀଡିତାକୁ ବିବାହ କରିବା ସର୍ତ୍ତରେ ଜାମିନ ଦେଇଛନ୍ତି ।

ଏଥିସହ କୋର୍ଟ ଆହୁରି ସର୍ତ୍ତ ରଖିଛନ୍ତି କି, ସେ ଉଭୟଙ୍କ ହେବାକୁ ଥିବା ପିଲାର ଉପଯୁକ୍ତ ଯତ୍ନ ନେବ । ପିଲାର ଭବିଷ୍ୟତ ପାଇଁ ଆସନ୍ତା ୬ ମାସ ଭିତରେ ପିଲାର ନାଁରେ ୨ ଲକ୍ଷ ଟଙ୍କା ଜମା କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ବାସ୍ତବ କଥା ହେଉଛି ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେ ବିବାହର ପ୍ରତିଶ୍ରୁତି ଦେଇ ପୀଡିତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । କିନ୍ତୁ ପୀଡିତା ଗର୍ଭଧାରଣ କରିବା ଜାଣି ବିବାହକୁ ଫାଙ୍କି ଦେଇଥିଲା । ପୀଡିତା ୧୫ ବର୍ଷର ନାବାଳିକା ଓ ଅଭିଯୁକ୍ତ ସାବାଳକ ହୋଇଥିବାରୁ ତା ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପରିବାର ବର୍ଗ ।

Get real time updates directly on you device, subscribe now.