fbpx

ଭଗବାନ ରାମ-କୃଷ୍ଣ, ରାମାୟଣ ଓ ଗୀତାକୁ ‘ଜାତୀୟ ସମ୍ମାନ’ ଦେବାପାଇଁ ଆଇନ ଅଣାଯିବା ଦରକାର: ଆଲାହାବାଦ୍ ହାଇକୋର୍ଟ

ନୂଆଦିଲ୍ଲୀ: ଆଲାହାବାଦ୍ ହାଇକୋର୍ଟ କହିଛନ୍ତି ଯେ, ଭଗବାଦ ରାମ-କୃଷ୍ଣ, ଗ୍ରନ୍ଥ ଯେପରି ରାମାୟଣ ଓ ଗୀତା ଏବଂ ସେଗୁଡ଼ିକର ଲେଖକ ବାଲ୍ମୀକୀ ଏବଂ ବେଦ ବ୍ୟାସଙ୍କୁ “ରାଷ୍ଟ୍ରୀୟ ସମ୍ମାନ” ଦେବା ପାଇଁ ଆଇନ ଅଣାଯିବା ଦରକାର । କାରଣ ସେମାନେ ଆମ ଦେଶର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାରେ ଏସବୁର ଯୋଗଦାନ ଖୁବ୍ ରହିଛି । ହାଇକୋର୍ଟର ଜଷ୍ଟିସ୍ ଶେଖର କୁମାର ଯାଦବ ଏହି ଟିପ୍ପଣୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ସମ୍ବିଧାନ କାହାକୁ ନାସ୍ତିକ ହେବାର ଅନୁମତି ଦେଉଛି, ବୋଲି ଏହାର ଅର୍ଥ ନୁହେଁ ଯେ, କୌଣସି ଦେବାଦେବୀଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦେଇପାରିବେ । ଜଷ୍ଟିସ୍ ହାଥରସ୍ ର ଆକାଶ ଜାଟବଙ୍କୁ ଜାମିନ୍ ପ୍ରଦାନ କରି ଏହିପରି ଟିପ୍ପଣୀ ଦେଇଛନ୍ତି । ଅଭିଯୁକ୍ତ ଉପରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଆପତ୍ତିଜନକ ଫଟୋ ଅପଲୋଡ କରିବାର ଅଭିଯୋଗ ରହିଛି ଓ ତାକୁ ଜାନୁଆରୀ ୪ ତାରିଖରେ ଗିରଫ କରାଯାଇଥିଲା । ଏବେ ତାକୁ ଜାମିନ୍ ମିଳିଛି ।

ଜାମିନ ଆଦେଶରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ଏହି ପ୍ରସଙ୍ଗରେ ଶିକ୍ଷିତ କରିବା ଏବଂ ଦେଶର ସମସ୍ତ ବିଦ୍ୟାଳୟରେ ଏହାକୁ ବାଧ୍ୟତାମୂଳକ ବିଷୟ କରି ପିଲାମାନଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଶିକ୍ଷା ଦେବା ଆବଶ୍ୟକ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଭଳି ପ୍ରସଙ୍ଗରେ ଅଶ୍ଳୀଳ ମନ୍ତବ୍ୟ ଦେବା ପରିବର୍ତ୍ତେ ସେ ରହୁଥିବା ଦେଶର ଦେବତା ତଥା ସଂସ୍କୃତିକୁ ସମ୍ମାନ ଦେବା ଉଚିତ୍।

ସେପ୍ଟେମ୍ବର ମାସରେ ଜଷ୍ଟିସ୍ ଯାଦବ ଦାବି କରିଥିଲେ ଯେ, ଗାଈ ମାନଙ୍କୁ ଜାତୀୟ ପଶୁ ଭାବରେ ଘୋଷଣା କରି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଆମର ମୌଳିକ ଅଧିକାର ହେବା ଦରକାର । ସେ ଗୋହତ୍ୟା କରିଥିବା ଜଣେ ଅଭିଯୁକ୍ତର ଜାମିନ୍ କୁ ଖାରଜ କରି ଏପରି ଟିପ୍ପଣୀ ଦେଇଥିଲେ ।

Get real time updates directly on you device, subscribe now.