fbpx
BSKY SKY
BSKY SKY

‘ମନ୍ନତ’ ଉପରେ ଚାଲିବ ବୁଲଡୋଜର, କ’ଣ ରହିଛି ମାଫିଆ ଆତିକ ଅହମ୍ମଦ ସହ ସମ୍ବନ୍ଧ

BSKY

ପ୍ରୟାଗରାଜ: ମାଫିଆ ଡନ୍ ଆତିକ ଅହମ୍ମଦର ଅବୈଧ ସଂପତ୍ତି ବିରୁଦ୍ଧରେ ଲଗାତର ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆତିକ ଅହମ୍ମଦର ଅବୈଧ ସଂପତ୍ତି ଓ ତା’ ଗ୍ୟାଙ୍ଗର କଳା ସାମ୍ରାଜ୍ୟ ଉପରେ ସରକାର ଓ ଆଇନର କାର୍ଯ୍ୟାନୁଷ୍ଠାନ ଲଗାତର ଜାରି ରହିଛି । ଏହି କ୍ରମରେ ପ୍ରୟାଗରାଜ ପୋଲିସ ମାଫିଆ ଆତିକର ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାସ୍ଥିତ କୋଟି କୋଟି ମୂଲ୍ୟର ସଂପତ୍ତି ଠାବ କରିଛି । ଏଠାରେ ମାଫିଆ ଆତିକର ମନ୍ନତ ନାମକ କୋଠାକୁ ଜବତ କରିବାକୁ ଆଦେଶ ଜାରି କରାଯାଇଛି ।

ଆତିକର ଏହି କୋଠା ଗ୍ରେଟର ନୋଏଡାର ସେକ୍ଟର ୩୬ ଏ ବ୍ଲକରେ ୧୦୭ ନମ୍ବରରେ ରହିଛଇ । ପ୍ରାୟ ୪.୫କୋଟି ମୂଲ୍ୟରେ ଏହି କୋଠାକୁ ଆତିକ ମନ୍ନତ ନାମରେ ନିର୍ମାଣ କରିଥିଲା । ପ୍ରୟାଗରାଜ ପୋଲିସ କମିଶନର ରମିତ ଶର୍ମା ଆତିକର ମନ୍ନତ କୋଠାକୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଆଟାଚ୍ କରିବାକୁ ବା ଜବତ କରିବାକୁ ଆଦେଶ ଜାରି କରିଛନ୍ତି । ପୋଲିସର ଏକ ଟିମ୍ ଖୁବ୍ ଶୀଘ୍ର ଗ୍ରେଟର ନୋଏଡା ଯାଇ ମନ୍ନତକୁ ଜବତ କରିବେ ।

ଜବତ ପୂର୍ବରୁ ଡୁଗଡୁଗି ବାଜା ବଜାଇ ଆଖପାଖର ଲୋକଙ୍କୁ ସଚେତନ କରାଇ ଦିଆଯିବ । ଆସିଷ୍ଟାଣ୍ଟ ପୋଲିସ କମିଶନର ଶ୍ୱେତାଭ ପାଣ୍ଡେୟଙ୍କ ନେତୃତ୍ୱରେ ପ୍ରୟାଗରାଜ ପୋଲିସ ଟିମ୍ ଆଗାମୀ ସପ୍ତାହରେ ଗ୍ରେଟର ନୋଏଡା ଯାଇ ଆତିକର କୋଠା ମନ୍ନତକୁ ଔପଚାରିକ ଭାବରେ ଜବତ କରିବେ । କୁହାଯାଉଛି ଆତିକ ଫିଲ୍ମଷ୍ଟାର ଶାହରୁଖଙ୍କ ବଙ୍ଗଳାର ନାମ ଅନୁଯାୟୀ ଏହି କୋଠାର ନାମ ମନ୍ନତ ରଖିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ମାଫିଆ ଆତିକ ଅହମ୍ମଦର ହତ୍ୟା ପରେ ତା’ର ଅବୈଧ ସଂପତ୍ତି ଓ ଅପରାଧର କଳା ସାମ୍ରାଜ୍ୟକୁ ନେଇ ଏବେ ବି ଯାଞ୍ଚ ଜାରି ରହିଛି ।

Get real time updates directly on you device, subscribe now.