(Video) ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୩ ଏହି ବର୍ଷ ହେବ ରିଲିଜ୍, ଫିଲ୍ମ ନିର୍ମାତା ରବିଶଙ୍କରଙ୍କ ବଡ଼ ଖୁଲାସା
ଫିଲ୍ମ ନିର୍ମାତା ରବିଶଙ୍କର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୩ ଏହି ଦିନ ହେବ ରିଲିଜ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨ ଦି ରୁଲ’ ଭାରତ ତଥା ବିଶ୍ୱରେ ଏକ ବଡ଼ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି 2021 ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା: ଦି ରାଇଜ୍’ ଚଳଚ୍ଚିତ୍ରକୁ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା।
ଏହି ଚଳଚ୍ଚିତ୍ରର ବ୍ଲକବଷ୍ଟର ସଫଳତା ପରେ, ଦର୍ଶକମାନେ ଏହାର ତୃତୀୟ ଭାଗକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏଥିସହ, ‘ପୁଷ୍ପା-3’ ସମ୍ବନ୍ଧରେ ବର୍ତ୍ତମାନ ଆକର୍ଷଣୀୟ ସୂଚନା ସାମ୍ନାକୁ ଆସିଛି।
‘ପୁଷ୍ପା 3’ କେବେ କରିବ ମୁକ୍ତିଲାଭ: ବ୍ଲକବଷ୍ଟର ଆକ୍ସନ୍ ଡ୍ରାମା ‘ପୁଷ୍ପା’ ‘ର ତୃତୀୟ ପାର୍ଟ ଆସୁଛି। ‘ରବିନ୍ ହୁଡ୍’ର ପ୍ରମୋସନାଲ୍ ଇଭେଣ୍ଟରେ ନିର୍ମାତା ରବି ଶଙ୍କର ପୁଷ୍ପା-3 ରେ ଏକ ଅପଡେଟ୍ ସେୟାର କରି ଏହାର ରିଲିଜ୍ ପ୍ରକାଶ କରିଥିଲେ।
#Pushpa3 will release in 2028 💥 #AlluArjun will do a project with #Atlee and #Trivikram 📈 After that Pushpa 3 shooting will start 🔥
What a lineup 🥶👌🏻 pic.twitter.com/3R8fptNqDB
— Parthaaaa (@Parthaaaa6969) March 16, 2025
ସେ କହିଛନ୍ତି ଯେ, 2028 ମସିହାରେ ‘ପୁଷ୍ପା 3’ ରିଲିଜ୍ ହେବ। ‘ପୁଷ୍ପା ୨: ଦି ରୁଲ’ର ସଫଳତା ପରେ ଏହି ଅପଡେଟ୍ ଆସିଛି, ଯାହା ସାରା ବିଶ୍ୱରେ 1,650 କୋଟିରୁ ଅଧିକ ଆୟ କରିଛି ଏବଂ ଦଙ୍ଗଲ ଏବଂ ବାହୁବଳୀ 2 ପରେ ତୃତୀୟ ସର୍ବାଧିକ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି।