ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି, କୋର୍ଟରୁ ମିଳିଲା ନିୟମିତ ଜାମିନ୍‌

ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଛି । ଏହା ପୂର୍ବରୁ ଅଲ୍ଲୁଙ୍କୁ ତେଲେଙ୍ଗାନା କୋର୍ଟ ପକ୍ଷରୁ ଅନ୍ତରୀଣ ଜାମିନ ମିଳିଥିଲା ।

ହାଇଦ୍ରାବାଦ: ପୁଷ୍ପା ୨ ଫେମ୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ହାଇଦ୍ରାବାଦ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତିି ।

ଅଲ୍ଲୁ ଅର୍ଜୁନଙ୍କ ଓକିଲ ଅଶୋକ ରେଡ୍ଡୀ କହିଛନ୍ତି କି ଅଭିନେତାଙ୍କୁ ୫୦-୫୦ ହଜାର ଟଙ୍କାର ଦୁଇଟି ଜାମିନ୍ ରାଶି ଜମା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ୨୧ରେ ଉଚ୍ଚ ନ୍ୟାୟାଳୟରେ ପରବର୍ତ୍ତି ଶୁଣାଣି ହେବ ।

ଗିରଫ ହୋଇଥିଲେ ଅଲ୍ଲୁ: ତେଲେଙ୍ଗାନାର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ପୁଷ୍ପା ୨ ସ୍କ୍ରିନିଂ ସମୟରେ ହୋଇଥିବା ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ ।

ଅଲ୍ଲୁ ଅଜୁର୍ନଙ୍କ ଗିରଫ ପରେ ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡକୁ ପଠାଇଥିଲା ।

ନିୟମିତ ଜାମିନ କ’ଣ ?

ନିୟମିତ ଜାମିନ ସର୍ତ୍ତମୂଳକ ଭାବେ ଦିଆଯାଏ । ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ହେବା ଉଦ୍ଦେଶ୍ୟରେ କୋର୍ଟ ନିୟମିତ ଜାମିନ ପ୍ରଦାନ କରିଥାନ୍ତି ।

ଯେପର୍ଯ୍ୟନ୍ତ ମାମଲା ବିଚାରଧୀନ ରହିଛି ସେପର୍ଯ୍ୟନ୍ତ କୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତ ଗୁଡ଼ିକ ପାଳନ କରିବା ଆବଶ୍ୟକ ହୋଇଥାଏ ।

ଅନ୍ତରୀଣ ଜାମିନ କ’ଣ ?

ଅନ୍ତରୀଣ ଜାମିନ ଅଳ୍ପ ଅବଧି ପାଇଁ ପ୍ରଦାନ କରାଯାଇଥାଏ । ଏଥିରେ ମଧ୍ୟ କିଛି ସର୍ତ୍ତ ରହିଛି ଯାହା ସମ୍ପୃକ୍ତ ବ୍ୟକ୍ତିକୁ ପୂରଣ କରିବା ଆବଶ୍ୟକ । ଅନ୍ତରୀଣ ଜାମିନ ଶେଷ ହେବା ପରେ ବିନା ୱାରେଣ୍ଟରେ ଅଭିଯୁକ୍ତକୁ ଗିରଫ କରାଯାଇପାରେ ।

ଅପରପକ୍ଷରେ କୋର୍ଟ ଏହି ଅବଧିକୁ ବୃଦ୍ଧି କରିପାରେ । ଯେପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଅବଧି ବିଚାରଧୀନ ରହିଛି ସେପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇପାରିବ ନାହିଁ ।