ଖାରଜ ହେଲା ଜାମିନ, ୧୪ ଦିନ ପାଇଁ ଜେଲ ଗଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମ ସିନେମା ହଲରେ ରିଲିଜ ହେବା ପରେ ଦମଦାର ରୋଜଗାର କରିବାରେ ଲାଗିଛି। ଏହାରି ମଧ୍ୟରେ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ପୋଲିସ ଗିରଫ କରିଥିଲା। ଏହାପରେ କୋର୍ଟ ଶୁଣାଣି ପରେ ବର୍ତ୍ତମାନ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ଜେଲକୁ ନେଇଛି। ପୁଷ୍ପା-୨ ରିଲିଜର ପୂର୍ବ ଦିନ ଅର୍ଥାତ ୪ ଡିସେମ୍ବରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ସ୍କ୍ରିନିଂ ସମୟରେ ଦଳଚକଟା ଘଟିଥିଲା। ଏଥିରେ ଜଣେ ୩୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଅଭିନେତା ଜାମିନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯିବେ। ନାମପଲ୍ଲୀ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ବର୍ତ୍ତମାନ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲ୍ ବାହାରେ କଡ଼ା ସୁରକ୍ଷା ରହିଛି। ଜରୁରୀ ଶୁଣାଣି ପାଇଁ ତେଲେଙ୍ଗାନା ହାଇକୋର୍ଟ ଗଲେ ଅଲ୍ଲୁ।

ଏହି ଘଟଣା ପରେ ମହିଳାଙ୍କ ପରିବାର ଅଭିନେତା ଏବଂ ଥିଏଟର ପରିଚାଳନା ବିରୋଧରେ ମାମଲା ରୁଜୁ କରିଥିଲେ। ଅଲ୍ଲୁ ଅର୍ଜୁନଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ପୋଲିସକୁ ସୂଚନା ନ ଦେଇ ଥିଏଟରରେ ପହଞ୍ଚିଥିଲେ। ଯାହା ପାଇଁ ସୁରକ୍ଷାର ସଠିକ୍ ବ୍ୟବସ୍ଥା ହୋଇପାରିନଥିଲା। ତେବେ ଏହି ସମୟରେ ଯେତେବେଳେ ଲୋକଙ୍କୁ ଜଣାପଡିଥିଲା ଅଲ୍ଲୁ ଏହି ଥିଏଟରକୁ ଆସୁଛନ୍ତି, ସେହି ସମୟରେ ଲୋକେ ଅଲ୍ଲୁଙ୍କୁ ଦେଖିବା ପାଇଁ ସେହି ଥିଏଟରରେ ଦଳଚକଟା ହୋଇଥିଲେ। ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅଭିନେତାଙ୍କ ବିରୋଧରେ ନ୍ୟାୟ ସଂହିତାର ଧାରା ୧୦୮(୧) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପୁଷ୍ପା ୨: ଦ ରୁଲ ରିଲିଜର ଠିକ୍ ପୂର୍ବଦିନ ୪ ଡିସେମ୍ବରରେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପୁଷ୍ପା୨ର ପ୍ରିମିୟର ଦେଖାଯାଇଥିଲା। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ମଧ୍ୟ ଫିଲ୍ମ ପ୍ରିମିୟରରେ ପହଞ୍ଚିଥିଲେ। ଏହି ଖବର ଶୁଣି ସୁପରଷ୍ଟାରଙ୍କୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଲୋକେ ସେଠାରେ ଏକାଠି ହୋଇଥିଲେ। ଏହି ସମୟରେ ଦଳାଚକଟାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୋଲିସ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ପ୍ରବନ୍ଧନ ବିରୋଧରେ ମାମଲା ରୁଜୁ କରାଯାଇଥିଲା।