fbpx

(Video)ଲୋକଙ୍କ ଦାଢି ସେଭିଂ କରି ଭୋଟ୍ ମାଗିଲେ ପ୍ରାର୍ଥୀ, ଭାଇରାଲ୍ ହେଉଛି ନିର୍ବାଚନ ପ୍ରଚାରର ଅଜବ ତରିକା

Advertisement

ରାମେଶ୍ୱରମ୍‌:ତାମିଲନାଡୁ ପରମେଶ୍ୱରମ୍ ରାମନାଥପୁରମ୍ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ପରୀରାଜନ ନିର୍ବାଚନ ପ୍ରଚାର କରିବାର ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସେ ହାତରେ ଖୁର ଧରି ଲୋକଙ୍କୁ ସେଭିଂ କରିବା ଆରମ୍ଭ କରି ଦେଇଛନ୍ତି ।

ଏଥର ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆୟୋଜିତ ହେଉଛି । ୪ ଜୁନ୍‌ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ । ଏହା ଦେଶରେ ସବୁଠାରୁ ଦୀର୍ଘ ସମୟ ଧରି ଚାଲିବାକୁ ଥିବା ସାଧାରଣ ନିର୍ବାଚନ ହେବ ଓ ଏହା ୪୪ ଦିନ ଧରି ଚାଲିବ । ତାମିଲନାଡୁରେ ଏପ୍ରିଲ ୧୯ ତାରିଖରେ ୩୯ ଆସନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

Get real time updates directly on you device, subscribe now.